Home ଜିଲ୍ଲା ପରିକ୍ରମା ମାୟାନିଦ୍ରା ଫାଉଣ୍ଡେସନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟସେବା

ମାୟାନିଦ୍ରା ଫାଉଣ୍ଡେସନ ପକ୍ଷରୁ ନିଶୁକ୍ଳ ସ୍ୱାସ୍ଥ୍ୟସେବା

13

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଷ୍ଣୁପୁରବିନ୍ଧା ପଞ୍ଚାୟତରେ ମଧୁସୂଦନପୁର ଗ୍ରାମରେ ନିଶୁକ୍ଳ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମଧୁମେହ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ବାତ, ପିଠି ଯନ୍ତ୍ରଣା, ସାଇଟିକା, ମୁଣ୍ଡବିନ୍ଧା, ନ୍ୟୁରୋଲୋଜି ଯନ୍ତ୍ରଣା ଭଳି ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ଚିକିତ୍ସିତ ହୋଇଥିଲେ । ରୋଗୀମାନଙ୍କର ଡାକ୍ତରୀ ଚିକିତ୍ସା, ରକ୍ତ ପରୀକ୍ଷା ତଥା ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ପେନ କ୍ଲିନିକ୍ ହେଲଥ୍ ଭିଲେଜ ହସ୍‌ପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ମଧ୍ୟରେ ମେଡିସିନ୍ ମୁଖ୍ୟ ଡାକ୍ତର ପ୍ରତାପ ସିଂ, ଡାକ୍ତର ସଂଗ୍ରାମ ତଥା ବରିଷ୍ଠ ଅଧିକାରୀ ଡାକ୍ତର ଭବାନୀ ସାହୁ ଉକ୍ତ ନିଶୁକ୍ଳ ସେବା ପ୍ରଦାନରେ ସହାୟତା କରିଥିଲେ । ନିକଟସ୍ଥ ବିଷ୍ଣୁପୁରବିନ୍ଧା, ଶୁଶୁଆ, ଅନନ୍ତପୁର, ଲେଙ୍କାସାହି, ଆନନ୍ଦବଜାର, ବଳାଜିତପଡା, ହରିପୁର, ଲାଙ୍ଗୁଡି ଗ୍ରାମର ଶହ ଶହ ରୋଗୀ ଏଥିରେ ଉପକୃତ ହୋଇଥିଲେ । ଆଗାମୀ ଦିନରେ ସ୍ତ୍ରୀ ରୋଗ, ଶିଶୁ ରୋଗ, ହୃଦରୋଗ ବିଶେଷଜ୍ଞ ମାନଙ୍କୁ ନେଇ ଏହି ରୋଗୀସେବା ଜାରି ରହିବ ବୋଲି ଫାଉଣ୍ଡେସନର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତର ସୁଦର୍ଶନ ବାରିକ ପରିଚାଳନା କରିଥିବାବେଳେ ବସନ୍ତ ବାରିକ, ଜଗନ୍ନାଥ କର, ନିର୍ମଳା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.