Home ଜିଲ୍ଲା ପରିକ୍ରମା ମାୟାନିଦ୍ରା ଫାଉଣ୍ଡେସନ ପକ୍ଷରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ମାୟାନିଦ୍ରା ଫାଉଣ୍ଡେସନ ପକ୍ଷରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

37

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗେଲଟୁଆ ପଂଚାୟତର ବଗମରା ଗ୍ରାମରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଗୌରୀବାଳା ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ପରିବାରରେ ସମସ୍ତ ସଦସ୍ୟଙ୍କର ସ୍ୱାସ୍ଥ୍ୟରକ୍ଷା, ମହିଳାମାନଙ୍କ ଉପରେ ନିର୍ଭର କରେ ଓ ଗର୍ଭଧାରଣ ଠାରୁ ଆରମ୍ଭ କରି ଶିଶୁଜନ୍ମ ହେବା ପର୍ଯ୍ୟନ୍ତ କେଉଁ କେଉଁ ଦିଗପ୍ରତି ସଚେତନ ହେବା ଉଚିତ୍ ଏ ବିଷୟରେ ଫାଉଣ୍ଡେସନର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ ବାରିକ ନିଜର ମତବ୍ୟକ୍ତ କରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କ ନିରୋଗ ଜୀବନ ମହିଳାମାନଙ୍କ ଉପରେ ନିର୍ଭର କରେ । ତେଣୁ ମହିଳାମାନେ ରୋଷେଇ କରିବା ଠାରୁ ଖାଦ୍ୟ ପରିବେଷଣ ପର୍ଯ୍ୟନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସମ୍ମାନିତ ବକ୍ତା ସମାଜସେବୀ ତପସ୍ୱିନୀ ବାରିକ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସରକାରଙ୍କ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ସମ୍ବନ୍ଧରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଥିଲେ ମଧ୍ୟ ସମାଜସେବା ଅନୁଷ୍ଠାନ ତରଫରୁ ଏ ବାବଦରେ ମହିଳାମାନଙ୍କୁ ସଚେତନ କରି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀମତୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ଫେଲୋସିପ୍‌ର ସସ୍ମିତା ପ୍ରିୟଦର୍ଶିନୀ ନବଜାତ ଶିଶୁମାନଙ୍କୁ ପୁଷ୍ଟିହୀନତା ରକ୍ଷା କରିବା ପାଇଁ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ଗଲେ ସର୍ବପ୍ରଥମେ ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି ବୋଲି ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ପ୍ରାକ୍ତନ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବାରିକ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସମାଜସେବୀ ନିର୍ମଳା ବାରିକ, କାଳନ୍ଦୀ ହୁଜିତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କାଶୀନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.