କଟକ, ୧୫/୦୪ (ଓଡ଼ିଆ ପୁଅ /ଅଭୟ ଜେନା) କୁସୁପୁର ଗଣହତ୍ୟା ଘଟଣା ଉପରୁ ପରଦା ହଟେଇବା ପାଇଁ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ଧରି ପୋଲିସ ପହଂଚିଛି ମର୍ଡର ସ୍ପଟରେ। ପୁରା ଘଟଣାର ସିନ ରିକ୍ରିଏସନ ପ୍ରକ୍ରିୟା ଜାରୀ ରହିଥିଲା।
ପୋଲିସ ଛାଉଣୀ ଭିତରେ ଏବେ କୁସୁପୁର ହତ୍ୟାକାରୀ ଶିବଠାରୁ ସେହି କଳା ରାତିର ଲୋମ ହର୍ଷଣକାରୀ ଘଟଣା ଉପରୁ ପରଦା ହଟେଇବାକୁ ଯୋଜନା କରିଛି ପୋଲିସ।
କେମିତି ଏଭଳି ଜଘନ୍ୟ କାଣ୍ଡ ଭିଆଇଲା ଜଲ୍ଲାଦ ଶିବ। ବଡ଼ଭାଇ ଅଲେଖ ସାହୁର ପୁରା ପରିବାରକୁ ନିପାତ କରିଦେଲା ସାନଭାଇ ଶିବ। କଟୁରୀ ଚୋଟରେ ଜଣକ ପରେ ଜଣେ, ଏମିତି ପାଞ୍ଚ ପାଞ୍ଚ ଜଣକୁ ଗୋଟିଏ ଘର ଭିତରେ କାଟି ପକେଇଲା ଶିବ। ସମ୍ପତ୍ତି ବିବାଦର ପ୍ରତିଶୋଧ ନେବାକୁ ପଣ କରିଥିବା ଶିବ ଶେଷରେ ରକ୍ତମୁଖା ପାଲଟି ଯାଇଥିଲା।
ଯେଉଁ ଘରେ ଘଟିଥିଲା ଏହି ନାରକୀୟ ହତ୍ୟାକାଣ୍ଡ ସେହି ଜାଗାରେ ଶିବ ଦେଖାଇଛି ଡେମୋ।
ହଜାର ହଜାର ଦେଖଣାହାରୀ ଦେଖୁଛନ୍ତି ଶିବର କିପରି ସୈତାନ ପାଲଟି ଯାଇଥିଲା ଓ ଅମାନୁଷିକ ଭାବେ ମଣିଷ ମାରିଥିଲା। ଏସବୁ ଘଟଣାର ଆମୁଳ ଚୂଳ ଦୃଶ୍ୟ ପୋଲିସ ସାମ୍ନାରେ ବର୍ଣ୍ଣନା କରୁଛି ଶିବ ପ୍ରସାଦ। ଶିବ କିପରି ଏହି ମର୍ଡର କଲା, ସେତେବେଳେ ଆଉ କିଏ ଏସବୁ ଘଟଣା ଦେଖିଥିଲେ କି, ଏସବୁ ବାବଦରେ ଗୋଟିଗୋଟି ବୟାନ ଦେଇଛି ଶିବ।
ସେ ଏକୁଟିଆ ନିଜ ବଡ଼ଭାଇ ପରିବାର ଉପରେ ପ୍ରତିଶୋଧ ନେବାକୁ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ବୟାନ ଦେଇଛି। ସେହି କାଳ ରାତିର ଲୋମ ଟାଙ୍କୁରା କାହାଣୀ କହିଛି ଶିବ। ପୋଲିସ ସାମ୍ନାରେ ଏସବୁ ଦୃଶ୍ୟ ଦେଖାଇଥିଲା ହତ୍ୟାକାରୀ ଶିବ ପ୍ରସାଦ।