ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା ସେବା ସମବାୟ ସମିତି ସମ୍ପାଦକ ମଦନ ସାହୁଙ୍କୁ ସସ୍ପେଣ୍ଡ କରାଯାଇଛି । ସମିତିର ଡାଟା ଏଣ୍ଟ୍ରୀ ଅପରେଟର ଧିରେନ୍ଦ୍ର ଧଳଙ୍କୁ ସମିତିରୁ ବହିଷ୍କୃତ କରାଯାଇଛି । ଧାନକିଣାରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ତଦନ୍ତରୁ ଆପାତତଃ ପ୍ରମାଣ ମିଳିବା ପରେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି । ସମିତିର ପୁର୍ବତନ ସଭାପତି ତଥା ଚାଷୀ କମିଟି ସଭାପତି ଅରବିନ୍ଦ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟଙ୍କ ଠାରୁ ହଜାରେରୁ ଅଧିକ କ୍ୱିଣ୍ଟାଲ ଧାନ କିଣାଯିବାରେ ସମସ୍ତ ନିୟମକୁ ଜଳାଞ୍ଜଳୀ ଦିଆଯାଇଥବା ଅଣଜଳସେଚିତ ଚାଷ ଜମିକୁ ଜଳସେଚିତ ଦର୍ଶାଯାଇଥିବା ତଦନ୍ତରୁ ସ୍ପଷ୍ଟ ଥପାଇଁ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇ ସମିତି ସମ୍ପାଦକ ଓ ଡିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥସହ ଉପରୋକ୍ତ କର୍ମଚାରୀଙ୍କ ସହ ଏଥିରେ ଜଡିତ କର୍ମଚାରୀଙ୍କ ବିରୋଧରେ ମାମଲା ଋଜୁ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅରବିନ୍ଦ ନାୟକଙ୍କ ବଡବୋହୂ ସଶ୍ମିତାଙ୍କ ନାମରେ ଥିବା ଅନ୍ତୋଦୟ କାର୍ଡକୁ ରଦ୍ଦ କରାଯିବା ସହ ଗ୍ରହଣ କରିଥିବା ସମସ୍ତ ସାମଗ୍ରୀକୁ ଅସୁଲ ପାଇଁ ନୋଟିସ ଜାରି କରାଯାଇଛି ।