ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରି ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ ହୋଇଛି । ମାଳଦା ଅଙ୍ଗନୱାଡି କେନ୍ଦ୍ର-୨, ରଘୁନାଥପୁର ହରିଜନସାହି, ଦାସସାହି ଓ ନଈକୂଳସାହି ଅଙ୍ଗନୱାଡି କେନ୍ଦ୍ର ଓ ମାଳଦା ବଜାର ହାଟଚାଳି ଉଦ୍ଘାଟିତ ହୋଇଥିଲା । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସରପଞ୍ଚ ରିତାଞ୍ଜଳୀ ସାମଲ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ସତ୍ୟଜିତ ସାମଲ, ସରପଞ୍ଚ ପ୍ରତିନିଧି ପ୍ରତ୍ୟୁଷ ସାମଲ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସବୁ ପ୍ରକଳ୍ପଗୁଡିକ ଉଦଘାଟନ କରିଥିଲେ । ଏହି ପଞ୍ଚାୟତର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଉପାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ପ୍ରକାଶ କରିଥିଲେ । ଅଙ୍ଗନୱାଡି କର୍ମୀ ପଦ୍ମାବତୀ ଲେଙ୍କା, ସୁଲୋଚନା ରାଉତ, ମନୋରମା ବେହେରା, ସାଗରିକା ନାୟକ, ପ୍ରମିଳା ନାୟକଙ୍କ ସମେତ ବହୁ ମହିଳା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅର୍ଜ୍ଜୁନ ଜେନା, ସୂର୍ଯ୍ୟମଣି ସାମଲ, ପ୍ରଭାତ ଧଳ, ଭରତ ନାଥ, ନୀଳମଣି ବୋଇତାଇ, ବିଭୂତି ବୋଇତାଇ, ଉମାକାନ୍ତ ଜେନା, ବ୍ରହ୍ମାନନ୍ଦ ନାୟକ, ମିଟୁ ଜେନା, ମରିଭଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।