Home ଜିଲ୍ଲା ପରିକ୍ରମା “ମାନବିକ ମୂଲ୍ୟବୋଧ ଜୀବନଚର୍ଯ୍ୟାରେ ନିହିତ”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

“ମାନବିକ ମୂଲ୍ୟବୋଧ ଜୀବନଚର୍ଯ୍ୟାରେ ନିହିତ”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

19

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରର କଲ୍ୟାଣୀ ନଗର ସ୍ଥିତ ଗୁରୁକୃପା ଭବନରେ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ “ମାନବିକ ମୂଲ୍ୟବୋଧରେ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ରକୁ ଭଦ୍ରକ ସ୍ୱୟଂଶାଶିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ । ମାନବିକ ମୂଲ୍ୟବୋଧ ଜୀବନଚର୍ଯ୍ୟାରେ ନୀହିତ । ଶୃଙ୍ଖଳିତ ଏବଂ ସାରଣୀଯୁକ୍ତ ଚଳନୀ ଜୀବନକୁ ଶାନ୍ତି ସହ ସୁଖ ଓ ଦୁନିଆରେ ସମ୍ମାନର ସହ ବଞ୍ଚିବାର ଖୋରାକ ପ୍ରଦାନ କରିଥାଏ, ତଥା ଜୀବନର ସରସତା ଓ ଜ୍ଞାନ ମଧ୍ୟ ବୃଦ୍ଧି କରିଥାଏ ବୋଲି ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟଅତିଥି ଶିକ୍ଷାବିତ୍ ଯୋଗୀ ଦଶରଥ ପଣ୍ଡା, ଅଧ୍ୟାପକ ନୀହାର ରଂଜନ କର, ଶିକ୍ଷାବିତ୍ ଗୟାଧର ପଣ୍ଡା, ନାରାୟଣ ଚନ୍ଦ୍ର ପାଢ଼ୀ, ପ୍ରଭାତ କୁମାର ଜେନା ପ୍ରମୁଖ ଆଲୋଚନାରେ ମତ ପୋଷଣ କରିଥିଲେ, କବୟତ୍ରୀ ସଂଯୁକ୍ତା ବଳ ଓ ସରୋଜିନି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଦମୟନ୍ତି ନାଥ, ଦିତିକ୍ରିଷ୍ଣା ରାଉତ, ବିପ୍ଳବ କୁମାର ହୋତା, ଅଂଶୁମାନ ସ୍ୱାଇଁ, ଅରୁପାନନ୍ଦ ନାୟକ, ପିକୁନ୍ ନାୟକ, ମୁସ୍ତାକ ଗୌହର, ଅବଦୁଲ ଦୟାନ ଯେୟା, ଡ. ପୁରୁଷୋତ୍ତମ ଧଳ, ଭାବଗ୍ରାହୀ ପଣ୍ଡା, ଜଗନ୍ନାଥ ନାୟକ, ସଂନ୍ତୋଷ କୁମାର ସାହୁ, ନରେଶ ଚନ୍ଦ୍ର ଲେଙ୍କା, ବସନ୍ତ କୁମାର ମହାନ୍ତି, ମାନସ ରଂଜନ ପଣ୍ଡା, ସଂଗ୍ରାମ କେଶରୀ ସେନାପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ, ପ୍ରତିଷ୍ଠାତା ସମ୍ପାଦକ ଡ଼ାକ୍ତର ଅନିଲ୍ କୁମାର ଦାଶ ସଂପାଦକୀୟ ପାଠ, ସହ ସମ୍ପାଦିକା ମମତାରାଣୀ ବେଦପାଠ, ନମିତା ମହାନ୍ତି ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ଶେଷରେ ମାଧବଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.