ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ଆମ ମାତୃଭାଷା ଓ ଓଡ଼ିଆ ସଂସ୍କୃତି’ ବିଷୟକ ଆଲୋଚନାଚକ୍ରରେ ‘ମାତୃଭାଷା ସହ ସଂସ୍କୃତି ଜଡ଼ିତ’ ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଭଦ୍ରକ କଲ୍ୟାଣୀ ନଗର ଠାରେ ଆୟୋଜିତ ସଂକ୍ରାନ୍ତି ଆସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଆଲୋଚନାଚକ୍ରକୁ ପ୍ରାଧ୍ୟାପକ ଡ. ଅଜୟ କୁମାର ମଲ୍ଲିକ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଥାକାର ପବିତ୍ର ପାଣିଗ୍ରାହୀ, ବରେଣ୍ୟ ଅତିଥି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ବିଶେଷ ଅତିଥି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଡା. ଅନିଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ କଳାକାର କାଳିନ୍ଦି ମଲ୍ଲିକ ବେଦପାଠ କରିଥିଲେ । କବୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ମନୋରମା ରାୟ ଓ କବି ମୁସ୍ତାକ ଗୌହ୍ୱରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର, ବାବୁଲାଲ ଦାସ, ଅରୂପାନନ୍ଦ ନାୟକ, ମନୋଜ କୁମାର ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ, ଅବଦୁଲ ଦୟାନ, କୈଳାସ ଜେନା, ରମାକାନ୍ତ ପଣ୍ଡା, ଶିଶୁକବି ଅଂଶୁମାନ ସ୍ୱାଇଁ, ଅର୍ଜୁନ ଚରଣ ବାରିକ, ବସନ୍ତ କୁମାର ପାତ୍ର, ବିଚିତ୍ରାନନ୍ଦ ଜେନା, ରମେଶ ଚନ୍ଦ୍ର ଦାସ, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ପ୍ରମୁଖ କବି କବୟିତ୍ରୀମାନେ କବିତା ପାଠ କରିଥିଲେ । ଅଧ୍ୟାପିକା ଭାନୁମତୀ ମାଟିଆ ଧନ୍ୟବାଦ ଅର୍ପଣ କରିଥିଲେ । କବି ମମତାରାଣୀ ଦାଶ ସହଯୋଗ କରିଥିଲେ ।