Home ଜିଲ୍ଲା ପରିକ୍ରମା ମାଟ୍ରିକ ପରୀକ୍ଷାରେ ଏ-୧ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଏ-୧ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

109

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ମାଟ୍ରିକ ପରୀକ୍ଷାରେ ଏ-୧ ରଖି କୃତକାର୍ଯ୍ୟ ହୋଇଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ନିଜ ବାସଭବନକୁ ନିମନ୍ତ୍ରଣ କରି ସେମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ଅବସରରେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ମଧ୍ୟ ବିଧାୟକ ଶ୍ରୀ ମଲ୍ଲିକ ସମ୍ବର୍ଦ୍ଧିତ କରି ଉପସ୍ଥିତ ଅଭିଭାବକମାନଙ୍କୁ ସ୍ୱାଗତ କରିଥିଲେ । ଏହି ସମ୍ବର୍ଦ୍ଧନା କାଳରେ ବିଧାୟକ ଶ୍ରୀ ମଲ୍ଲିକ ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀମାନେ ଭଦ୍ରକ ପାଇଁ ଗର୍ବ ଓ ଗୌରବ ବୋଲି କହିବା ସହ ସେମାନଙ୍କ ଉତ୍ତୋରତର ଭବିଷ୍ୟତ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.