Home ଜିଲ୍ଲା ପରିକ୍ରମା ମାଗଣା ଗହମରେ ମିଶିଛି ମାଟିଗୋଡି – ଏଫସିଆଇ ନା ଯୋଗାଣ ବିଭାଗ; କିଏ ଦାୟୀ

ମାଗଣା ଗହମରେ ମିଶିଛି ମାଟିଗୋଡି – ଏଫସିଆଇ ନା ଯୋଗାଣ ବିଭାଗ; କିଏ ଦାୟୀ

123

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ବ୍ଲକ ମତୋ ଗ୍ରାମ ପଂଚାୟତରେ ନିକଟରେ କୋଭିଡ ସମୟରେ ମାଗଣାରେ ବଂଟାଯାଉଥିବା ଗହମ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ବଂଟନ କରାଯାଇଥିବା ଗହମରେ ମାଟିଗୋଡି ମିଶିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଲୋକେ ଯୋଗାଣ ବିଭାଗର ମାର୍କେଟିଂ ଅଫିସରଙ୍କୁ ଅବଗତ କରାଇଛନ୍ତି। ପରେ ଜିଲାପାଳଙ୍କ ଦପ୍ତରକୁ ମଧ୍ୟ ଅଭିଯୋଗ ପତ୍ର ଦେଇଛନ୍ତି। ତେବେ ର୍ମାେକଟିଂ ଇନିସପେକ୍ଟର ଆଜି ଅଭିଯୋଗର କ୍ଷେତ୍ରୀୟ ତଦନ୍ତରେ ଚଷାଖଣ୍ଡ ଗ୍ରାମର ଉପଭୋକ୍ତାଙ୍କୁ ଭେଟିବା ପରେ ଗହମରେ ମୋଟିଗୋଡି ମିଶିଥିବା କଥା ଠିକ ବୋଲି ଜାଣିବାକୁ ପାଇଥିଲେ। ମାତ୍ର ଭାରତୀୟ ଖାଦ୍ୟନିଗମ ଗୋଦାମରୁ ଏଭଳି ମାନର ଗହମ ଆସୁଛି ବୋଲି ସ୍ଥାନୀୟ ଚଷାଖଣ୍ଡ ଗ୍ରାମର ଉପଭୋକ୍ତାଙ୍କୁ କହିଥିଲେ। ଏ ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ମାର୍କେଟିଂ ଇନିସପେକ୍ଟର ଖାଉଟିଙ୍କୁ କହିଥିଲେ। ତେବେ ମାର୍କେଟିଂ ଇନିସପେକ୍ଟରଙ୍କ କଥା ଯଦି ସତ ହୁଏ ତେବେ ଏଫସିଆଇ ଗୋଦାମରୁ ଉପଭୋକ୍ତାଙ୍କ ଲାଗି ଏମିତିକା ଗହମ କାହିଁକି ଇସ୍ୟୁ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ଉଲ୍ଲେଖନୀୟ ଯେ; ଖାଦ୍ୟ ନିଗମ ଗହମ ଅଥବା ଚାଉଳ ରିସିଭ/ଗ୍ରହଣ କରିବା ପୂର୍ବରୁ ଉପଯୁକ୍ତ ମାନର କି ନୁହେଁ ତାହାର ଯାଂଚ କରାଯାଇଥାଏ। ଏଥିନେଇ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ଥା’ନ୍ତି। ତେବେ ବର୍ତମାନ କେମିତି ମାଟିଗୋଡି ମିଶା ଗହମ ଏଫସିଆଇ ଗୋଦାମରୁ ବାହାରୁଛି ବୋଲି ସ୍ୱାଭାବିକ ପ୍ରଶ୍ନ ଆସୁଛି। ପ୍ରକୃତପକ୍ଷେ ସରକାର ଏଭଳି ନିମ୍ନମାନର ଗହମ ଯୋଗାଣର ବ୍ୟବସ୍ଥା କରିଛନ୍ତି ନା ଏଫସିଆଇର କର୍ମଚାରୀ ଓ ଯେଗ।।ଣ ବିଭାଗ ମଧ୍ୟରେ ସଲାସୁତୁରା ହୋଇ ଏମିତିକା ଗହମ ବଂଟନ କରାଯାଉଛି ତାହା ତଦନ୍ତସାପେକ୍ଷ ହୋଇଛି। ଜିଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ ସତ ଲୋକଲୋଚନକୁ ଆସନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.