ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଥିବା କେତେକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିଭିନ୍ନ ଗଛରେ ବର୍ଷ ବର୍ଷ ଧରି ମହୁ ମାଛି ମାନେ ବସାକରି ରହିବା ଯୋଗୁଁ ସାଧାରଣ ଜନତାଙ୍କୁ ଆକ୍ରମଣ କରୁଛି।
ଏ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ମହୁମାଛିକୁ ଘଉଡାଇବାକୁ ବନ ବିଭାଗ ଗୁରୁତ୍ୱ ଦେଉନଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଥି ପ୍ରତି ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ପ୍ରବଳ ଦାବି ହେଉଛି।