ନୟାଗଡ/୧୦/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟିକାନ୍ଥ ଓ ଚାଳ ଘରେ ରହିବାକୁ ଦିଆଯିବନି ନାରା ଦେଇ ମୋ କୁଡିଆ , ବିଜୁ ପକ୍କାଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଭଳି ଜନ କଲ୍ୟାଣକାରୀ ଯୋଜନା କରିଛନ୍ତି । କିନ୍ତୁ କେଉଁଠି କେତେବେଳେ ଗଳିଆ ବାଟ ରହିଯାଉଛି ଯାହା ଦ୍ୱାରା କି ପ୍ରକୃତ ହିତାଧିକାରୀ ମାନେ ବାଦ୍ ପଡିଯାଉଥିବା ବେଳେ ଧନୀ ଅଯୋଗ୍ୟ ହିତାଧିକାରୀ ମାନେ ଏହି ଯୋଜନା କୁ ହାତେଇ ନେଉଛନ୍ତି । ଫଳରେ ଯୋଗ୍ୟ ହିତାଧିକାରୀ ମାନେ ଆବାସ ଖଣ୍ଡିଏ ନପାଇ କେଉଁଠି ଛିଣ୍ଡା ଜରି , ଛିଣ୍ଡା ପାଲ ଟଣା ଘରେ ତ ଆଉ କେଉଁଠି ପାଇଖାନା ଘରେ ଜୀବନ ବିତାଉଛନ୍ତି । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁର୍କାବାଡି ପଞ୍ଚାୟତ ଠଣାପଲ୍ଲୀ ପାଟଣା ୨ନଂ ୱାଡ୍ ରେ । ୨ନଂ ୱାଡ୍ ର ୱାଡ୍ ମେମ୍ବର ବନିତା ସେନାପତି , ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ସେନାପତି , ଗୋଟିଏ ଝିଅ ଓ ଶାଶୁ ବୁଢୀଙ୍କୁ ଧରି ସ୍ୱଚ୍ଛ ଭାରତରେ ମିଳିଥିବା ପାଇଖାନା ଭିତରେ ଦୀର୍ଘ ୫ମାସ ହେଲା ରହୁଛନ୍ତି ।
ଏ ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ରଣପୁର ବିଡିଓ ପଞ୍ଚାନନ ପଟ୍ଟାୟତ ତାଙ୍କ ନିକଟକୁ ଯାଇଥିଲେ । ତୁରନ୍ତ ଆବାସ ଯୋଜନା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ଫେରିଥିଲେ । ବନିତା ସେନାପତି ଓ ତାଙ୍କା ସ୍ୱାମୀ ରମେସ ଚନ୍ଦ୍ର ସେନାପତି ରଣପୁର ବ୍ଲକ କୁ ଦୌଡି ଦୌଡି ନିରାଶ ହୋଇପଡିଲେଣି । ରଣପୃୁର ବିଡିଓ ଆବାସ ଯୋଜନା ଦିଆଯିବ ବୋଲି କେବଳ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ବିଡିଓ ପଞ୍ଚାନନ ପଟ୍ଟାୟତ ଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ତେଣୁ ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଥିଲେ ଯେ ଖୁବ୍ଶ୍ରିଘ୍ର ୱାଡ୍ ମେମ୍ବର ବନିତା ସେନାପତି ଯଦି ଜଣେ ଯୋଗ୍ୟା ହିତାଧିକାରିଣୀ ତାହେଲେ ତାଙ୍କୁ ଆବାସ ଯୋଜନା ରେ ସାମିଲ୍ କରିବା ପାଇଁ ପଦକ୍ଷେପ ନିଆଯିବ ।