Home ଜିଲ୍ଲା ପରିକ୍ରମା ମହିଳା ହିଂସା ନିରୋଧ ଦିବସ ପକ୍ଷ ପାଳିତ

ମହିଳା ହିଂସା ନିରୋଧ ଦିବସ ପକ୍ଷ ପାଳିତ

15

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଆର୍ନ୍ତଜାତିକ ମହିଳା ହିଂସା ନିରୋଧ ଦିବସ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ ପରିଚାଳିତ ଜାଗୃତୀ ଗୃହ ସଖି ସେଂଟର ଓ ପରିବାର ପରାମର୍ଶ କେନ୍ଦ୍ର ସହଯୋଗରେ ଚାଲିଥିବା ୧୬ ଦିନିଆ ପକ୍ଷ ପାଳନ ଅବସରର ୬ଷ୍ଠ ଦିବସରେ ଯୌତୁକ ନିରୋଧ ଆଇନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ବରାଳପୋଖରୀ ରହଣିଆ ପାର୍କଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଫେଲୋସିପର ସଭାପତି ଶ୍ରୀମତୀ ଝରଣା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଡି.ଏସ.ଡବ୍ଲୁ.ଓ ପୁଷ୍ପଲତା ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପ୍ରୋଟେକସନ ଅଫିସର ଚନ୍ଦ୍ରା ସାହୁ ଡିସି ଚାଇଲ୍ଡ ମ୍ୟାରେଜ ଅସିତ୍ ଅମିତାଭ ଦାସ ଯୋଗ ଦେଇଥିଲା ବେଳେ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶିବପ୍ରସାଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ସଖି ସେଂଟରର ପରିଚାଳିକା ପୁଷ୍ପାଞ୍ଜଳି ବେହେରା ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଇଥିଲେ । ସମସ୍ତ ଅତିଥିମାନେ ତାଙ୍କ ବକ୍ତବ୍ୟରେ ମହିଳାମାନଙ୍କୁ ଘରୋଇ ହିଂସା ଓ ଯୌତୁକ ନିର୍ଯ୍ୟାତନାକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ସହ ଜନସଚେତନତାକୁ ଗୁରୁତ୍ୱ ଦେଇଥିଲେ । ଏଥିସହିତ ବିଶେଷ କରି ଯୌତୁକ ପ୍ରଥା ବିରୁଦ୍ଧରେ ଅଭିଭାଷଣ ଦେଇଥିଲେ । ଏହି ସଭାରେ ବିଭିନ୍ନ ମହିଳା ସଂଗଠନ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଆଲୋଚନାରେ ଭାଗ ନେଇଥିଲେ । ଫେଲୋସିପର କର୍ମଚାରୀ ଅର୍ଣ୍ଣପୂର୍ଣ୍ଣା ସାହୁ, ସାବିତ୍ରୀ ବିଶ୍ୱାଳ, ସସ୍ମିତା ବାରିକ, ପୁଷ୍ପା ଆଚାର୍ଯ୍ୟ, ପ୍ରଭାତୀ ସାହୁ, ମୁସ୍ତରୀ ବେଗମ୍‌, ରଶ୍ମିରେଖା ଜେନା, ପ୍ରିୟଙ୍କା ଜେନା, ଅଫିଫା ଖାତୁନ୍‌, ସସ୍ମିତା ପ୍ରିୟଦର୍ଶନୀ, ଜାଜ୍ଞସେନୀ ସାହୁ, ଜ୍ୟୋତିରଞ୍ଜନ ରାଉତ ସଭା ପରିଚାଳନା କରିଥିଲେ । ଶେଷରେ ପରିବାର ପରାମର୍ଶ କେନ୍ଦ୍ରର କାଉନସେଲର ସ୍ନେହଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.