Home Top News ମହିଳା ହକି: ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ କଡ୍ଡା ଟକ୍କର, ଗ୍ରେଟ ବ୍ରିଟେନ ଠାରୁ...

ମହିଳା ହକି: ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ କଡ୍ଡା ଟକ୍କର, ଗ୍ରେଟ ବ୍ରିଟେନ ଠାରୁ ଭାରତ ୩-୪ ରେ ପରାସ୍ତ

102

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଗ୍ରେଟ ବ୍ରିଟେନ ଠାରୁ ଭାରତ ୩-୪ ରେ ପରାସ୍ତ ହୋଇଛି। ଗ୍ରେଟ ବ୍ରିଟେନ ୩-୪ ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ମ୍ୟାଚରେ ବ୍ରିଟେନ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟର ପରେ ଭାରତ କୌଣସି ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହିଁ। ଗୋଟିଏ ଗୋଲ ପଛରେ ରହି ବ୍ରିଟେନ ବର୍ତ୍ତମାନ ଅଗ୍ରଣୀ ହାସଲ କରିଛି।  ଚତୁର୍ଥ କ୍ୱାର୍ଟରର ପ୍ରଥମ ଦୁଇ ମିନିଟରେ ବ୍ରିଟେନ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଲା। ବ୍ରିଟେନକୁ ଏପର୍ଯ୍ୟନ୍ତ ସାତୋଟି ପେନାଲ୍ଟି କର୍ଣ୍ଣର ମିଳିଛି।

ରାଣୀ ରାମପାଲଙ୍କ ନେତୃତ୍ୱରେ ମହିଳା ଦଳ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଛି। ପ୍ରଥମାର୍ଦ୍ଧ ପୂର୍ବରୁ ଭାରତ ୩-୨ରେ ଅଗ୍ରଣୀ ଥିଲା। ଗୁରୁଜିତ୍ କୌରଙ୍କ ଦୁଇଟି ଗୋଲ୍ ଏବଂ ବନ୍ଦନା କଟାରିଆଙ୍କ ଗୋଟିଏ ଗୋଲ୍ ଭାରତକୁ ୩-୨ ରେ ଅଗ୍ରଣୀ କରିଥିଲା। କିନ୍ତୁ ତୃତୀୟ କ୍ୱାର୍ଟରରେ ଗ୍ରେଟ ବ୍ରିଟେନ ଖେଳକୁ ସମାନତାକୁ ଆଣି ଦେଇଛି।

ଦ୍ୱିତୀୟ କ୍ୱାର୍ଟର ଶେଷ ହେବା ପରେ ଭାରତୀୟ ଦଳ ୩-୨ ଗୋଲରେ ଆଗୁଆ ଅଛି। ଭାରତର ଦ୍ୱିତୀୟ କ୍ୱାର୍ଟରରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ହୋଇଛି।

ଗୁରୁଜିତ କୌର ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଛନ୍ତି। ଗୁରୁଜିତ୍ କୌର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ।

ଭାରତ ତରଫରୁ ପ୍ରଥମ ଗୋଲ ସ୍କୋର ତୃତୀୟ ପେନାଲ୍ଟି କର୍ଣ୍ଣରକୁ ଏକ ଗୋଲରେ ପରିଣତ କରିଥିଲା। ଗୁରୁଜିତ କୌର ଏହି ମ୍ୟାଚରେ ଭାରତକୁ ୧-୦ ରୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲେ।

ପ୍ରଥମ କ୍ୱାର୍ଟର ପରେ ଭାରତ ୧-୦ରେ ପଛୁଆ ଥିଲା। ଏହା ପରେ ଦ୍ୱିତାୟ କ୍ୱାର୍ଟରରେ ବ୍ରିଟେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ର ପ୍ରଥମାର୍ଦ୍ଧରେ ବ୍ରିଟେନ ବର୍ତ୍ତମାନ ୨-୦ରେ ଆଗରେ ରହିଥିଲା। କିନ୍ତୁ ଭାରତ ଦ୍ୱିତାୟ କ୍ୱାର୍ଚର ଶେଷ ହେବା ପୂର୍ବରୁ ଲଗାତାର ତିନୋଟି ଗୋଲ କରି ୩-୨ ରେ ଆଗୁଆ ହୋଇପାରିଥିଲା।

ପ୍ରଥମ କ୍ୱାର୍ଟରରେ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ଉଭୟ ଦଳ କୌଣସି ଗୋଲ ସ୍କୋର କରିପାରିନଥିଲେ। କିନ୍ତୁ ପ୍ରଥମ କ୍ୱାର୍ଟରର ଶେଷ ୧୦ ମିନିଟରେ ଗ୍ରେଟ ବ୍ରିଟେନ ବଲକୁ ନିଜ ପାଖରେ ରଖିଥିଲା ଏବେ ଭାରତ ବିପକ୍ଷରେ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.