ନୟାଗଡ଼ ୦୧/୦୭(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ +୨ ପୁନଃ ନାମଲେଖା ଦେୟ ବୃଦ୍ଧିକୁ ନେଇ ଅଭିଭାବକ ଓ ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ଜୁଲାଇ ୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ +୨ ଦ୍ୱିତୀୟ ବର୍ଷ ପୁନଃ ନାମଲେଖା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। କିନ୍ତୁ ଆଖପାଖ ବିଦ୍ୟାଳୟରେ +୨ ଦ୍ୱିତୀୟ ବର୍ଷ ନାମଲେଖା ପାଇଁ ୩ ହଜାର ଟଙ୍କା ଭିତରେ ଦେୟ ଧାର୍ଯ୍ୟ କରାଯାଇଥିବା ବେଳେ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ ରେ ୫ ହଜାର ୫ ଶତ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ଯାହାକୁ ନେଇ କରୋନା ଆର୍ôଥକ ସଂକଟ ପରେ ପରେ ଆର୍ôଥକ ବୋଝ ଗରିବ ଛାତ୍ରୀ ମାନଙ୍କୁ ବ୍ୟଥିତ କରିଛି। ଏହି ମହା ବିଦ୍ୟାଳୟରେ ୨୦୬ଜଣ ଛାତ୍ରୀ +୨ ରେ ଅଧ୍ୟୟନ କରୁଛନ୍ତି। ଏ ନେଇ ଛାତ୍ରୀମାନେ ଅଧ୍ୟକ୍ଷା ଙ୍କୁ ଦେୟ କମେଇବା ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଧ୍ୟକ୍ଷା ଅଭିଯୋଗ କୁ ଗ୍ରହଣ କରିନଥିଲେ।
ଏବଂ ଯେଉଁ ଛାତ୍ରୀମାନେ ଅଭିଯୋଗ କରିଥିଲେ ତାଙ୍କୁ ଓଲଟି କହିଥିଲେ ଯେ ଯିଏ ବର୍ଦ୍ଧିତ ଦେୟ ନେଇ ଆପତ୍ତି କରିବ ତାକୁ ମହାବିଦ୍ୟାଳୟ ରୁ ରସ୍ଟିକେଟ୍ କରି ବାଧ୍ୟତା ମୂଳକ ସାଟିଫିକେଟ୍ ପ୍ରଦାନ କରାଯିବ। ଏ ନେଇ ଅଧକ୍ଷା ଝରଣା ସାହୁ ଙ୍କ ସହ ଯୋଗାଯୋଗ କରିବାରେ କହିଥିଲେ ଯେ ପିଲାମାନେ ଏକ ରଦ୍ଦି ଲୋଚାକୋଚା କାଗଜ ରେ ଅଭିଯୋଗ କରିଥିଲେ ତେଣୁ ଅଭିଯୋଗ କୁ ଫେରାଇ ଦିଆଯାଇଥିଲା। ପରିଚାଳନା କମିଟି ର ନିଷ୍ପତି ଓ ନୟାଗଡ ଉପଜିଲ୍ଲାପାଳ ଙ୍କ ଅନୁମତି ନେଇ ବର୍ଦ୍ଧିତ ଦେୟ ଧାର୍ଯ୍ୟ କରାଯାଇ ଅଛି। ପିଲାମାନଙ୍କୁ ଧମକ ଦେବା କଥା ଅସ୍ୱୀକାର କରିଥିଲେ। ଏ ନେଇ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ ଅଭି ଭାବକ ଓ ପିଲାମାନଙ୍କ ଆର୍ôଥକ ଅବସ୍ଥା କୁ ଦୃଷ୍ଟିରେ ରଖି ବର୍ଦ୍ଧିତ ଦେୟ କୁ ପୁନଃ ବିଚାର କୁ ନିଆଯିବ। ଏ ନେଇ ଛାତ୍ରୀ ମାନେ ନୟାଗଡ ଉପ ଜିଲ୍ଲାପାଳ ଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିଥିବା ଜଣାପଡିଛି।