ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ପୌର ପରିଷଦ ପ୍ରଶିକ୍ଷଣ ଗୃହ ଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଓ ୟୁଏସ୍ କନ୍ସଲଟ୍ ଜେନେରାଲ, ହାଇଦ୍ରାବାଦ୍ ସହାୟତାରେ ମହିଳମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ଉଦ୍ଘାଟନ ସଭାରେ ପୌର ପରିଷଦର ଅଧ୍ୟକ୍ଷା ଗୁଲ୍ମକି ଦଲୱାଜୀ ହବିବ୍, ଜିଲ୍ଲା ପ୍ରୋଟେକ୍ସନ ଅଫିସର ଚନ୍ଦ୍ରା ସାହୁ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ରାଜଶ୍ରୀ ଗୋସ୍ୱାମୀ, ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧିକାରୀ ଦେବରାଜ ପାଣିଗ୍ରାହୀ ଓ ୟୁନିସେଫ୍ ର ଜିଲ୍ଲା ସଂଯୋଜକ ଅସୀମ ଅମିତାଭ ଦାସ ଅଂଶ ଗ୍ରହଣ କରି କିପରି ଏହି କାର୍ଯ୍ୟକ୍ରମଟି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଙ୍ଗୱାଡ଼ୀ କର୍ମୀ, ସୁପରଭାଇଜର, ଆଶା, ୱାନ୍ ଷ୍ଟପ୍ ସେଣ୍ଟର, ଆସିଡ଼ିଏସ୍, ଛାତ୍ର, ଏମ୍.ବି.କେ. ଫେଡ଼େରେସନ୍ ଲିଡ଼ର, ସ୍ୱାଧର ଗୃହ, ଉଜ୍ଜ୍ୱଳା ଗୃହ, ଏନ୍.ଜି.ଓ. କର୍ମୀ ଇତ୍ୟାଦି ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ତାଲିମ୍ଦାତା ଭାବେ ସାଧନା ଫାଉଣ୍ଡେସନ୍ର ସମ୍ପାଦିକା ସୁଜାତା ମହାପାତ୍ର ଏବଂ ସତ୍ୟଜିତ ପ୍ରତିହାରୀ, ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ୍ ଯେପରିକି ସାମ୍ବିଧାନିକ ଅଧିକାର, କନ୍ୟା ଭୃଣ ହତ୍ୟା, ପୋସ୍କୋ ଆଇନ୍, ବାଲ୍ୟ ବିହାର, ଯୌତୁକ ନିରୋଧ ଆଇନ୍, ଘରୋଇ ହିଂସା ପ୍ରତିରୋଧ ଆଇନ୍, କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ୍ ଓ ବିଭିନ୍ନ ଯୋଜନା, ଆନୁଷ୍ଠାନିକ ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଯାପନୀ ସଭାରେ ଉପଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ପ୍ରୋଟେକ୍ସନ ଅଫିସର ଚନ୍ଦ୍ରା ସାହୁ, ସି.ଡ଼ବ୍ଲୁ.ସି. ଚେୟାରମ୍ୟାନ୍ ଡ଼. ପାଣିଗ୍ରାହୀ ଓ ଦିଶା ସଂଗଠନର ସଭାପତି ସେଖ୍ ମହମ୍ମଦ ନିୟାଜ ଅଂଶ ଗ୍ରହଣକାରୀଙ୍କୁ ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ତାହା ଉପରେ ଆଲୋକତାପାତ କରିଥିଲେ । ପରିଶେଷରେ ଅଂଶ ଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ୍ ଓ ସହାୟକ ପୁସ୍ତିକା ପ୍ରଦାନ କରାଯାଇଥିଲା ।







