ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଗୋପାଳପୁର ଗ୍ରାମର ନିରଞ୍ଜନ ବାରିକଙ୍କ ସ୍ତ୍ରୀ କ୍ଷତିପ୍ରଭା ବାରିକଙ୍କର ଗର୍ଭ ଅସ୍ତୋପଚାର ବେଳେ ଡାକ୍ତର ତୃଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ଖାଦ୍ୟନାଡି କାଟିଦେଇଥିଲେ । ପୁଣି ତାଙ୍କର ଅଧିକ ଯନ୍ତ୍ରଣା ହେବାରୁ ପୁନର୍ବାର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଘଟଣାର ୧୫ଦିନ ବିତିଯାଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ମହିଳାଙ୍କର ଅସ୍ତ୍ରୋପଚାର ସ୍ଥାନରେ ପୁଣି ଯନ୍ତ୍ରଣା ହେବା ସହିତ ପୁଜ ବାହାରିବାରୁ ପୁଣି ତାଙ୍କୁ ଦୁଇଦିନ ହେବ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଧାମନଗର ବ୍ଳକ କଂଗ୍ରେସ ସଭାପତି ଅଭିଷେକ ରାଉତ , ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ଦାସ, ପ୍ରମୋଦ କୁମାର ସ୍ୱାଇଁ, ହରେକୃଷ୍ଣ ଦେବତା ପ୍ରମୁଖ ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ଚିକିତ୍ସାଧିନ ଅବସ୍ଥାନରେ ଥିବା କ୍ଷତିପ୍ରଭାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସହାୟତା ପ୍ରଦାନ କରିଥିଲେ ଏବଂ ପରେ ମେଡିକାଲ ଅଫିସର ଦିପକ କୁମାର ନାୟକଙ୍କ ସହିତ ଆଲୋଚନା କରି ତାଙ୍କୁ ଅଧିକ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ସହ ତାଙ୍କୁ ସରକାରୀ ସାହାର୍ଯ୍ୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଏ ସମ୍ପର୍କରେ ଶ୍ରୀ ନାୟକ ପ୍ରତିଶୃତି ଦେବା ସହିତ ଉନ୍ନତ ମାନର ଚିକିତ୍ସା କରାଯାଉଛି ବୋଲି କହିଥିଲେ ।