Home ଜିଲ୍ଲା ପରିକ୍ରମା ମହାନ୍ତିପଡ଼ା ସାଳନ୍ଦୀ ନଦୀଘାଟରୁ ବାଲି ଉଠାଣ ଘଟଣା, କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ଆଦେଶ, ରୁଜୁ କରାଯିବ...

ମହାନ୍ତିପଡ଼ା ସାଳନ୍ଦୀ ନଦୀଘାଟରୁ ବାଲି ଉଠାଣ ଘଟଣା, କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ଆଦେଶ, ରୁଜୁ କରାଯିବ କୋର୍ଟ ଅବମାନନା ମାମଲା

28

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ପରିବେଶ ପ୍ରଦୂଷଣ ହେବା ସହିତ ସାଳନ୍ଦୀ ନଦୀରେ ଲୀନ ହେବାକୁ ବସିଛି ମହାନ୍ତିପଡ଼ା ଗ୍ରାମ । ପରିବଶେକୁ ସୁସ୍ଥ ରଖିବାରେ ନଦୀ ନାଳ, ଜଙ୍ଗଲର ପ୍ରମୁଖ ଭୂମିକା ରହିଛି । ମାତ୍ର ସରକାରଙ୍କ ଅଦୂରଦର୍ଶୀ କାର୍ଯ୍ୟକଳାପ ଯୋଗୁଁ ପ୍ରାକୃତିକ ଉତ୍ସ ଗୁଡ଼ିକ ନଷ୍ଟ ହୋଇ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏହି କ୍ରମରେ ହଦଗଡ଼ ନଦୀବନ୍ଧ ଯୋଜନା ହେବା ଦ୍ୱାରା ସାଳନ୍ଦୀ ନଦୀର ବନ୍ୟାର ପ୍ରକୋପକୁ ରୋକା ଯାଇ ପାରିଲା ମାତ୍ର ନଦୀର ଜଳଧାର କମିଯିବାରୁ ନଦୀରେ ଯେଉଁ ବାଲି ଆସୁଥିଲା ତାହା ବନ୍ଦ ହୋଇଯିବା ଦ୍ୱାରା ସାଧାରଣ ବ୍ୟବହାର ନିମନ୍ତେ ବାଲିର ଅଭାବ ଦେଖା ଦେଲା । ଏହିଭଳି ଦୀର୍ଘ ଦିନ ଚାଲିବା ପରେ ନଦୀରୁ ବାଲି ନିଶେଷ ହୋଇଗଲା । ଏପରିକି ଲୋକେ ନଦୀପଠାରେ ଥିବା ବାଲି ମିଶା ମାଟିକୁ ମଧ୍ୟ କାର୍ଯ୍ୟରେ ଲଗାଇବାକୁ ପଛାଉ ନାହାନ୍ତି । ମାତ୍ର ସାଳନ୍ଦୀ ନଦୀରେ ବାଲି ନଥିବାରୁ ତଥା ନଦୀକୂଳସ୍ଥ ପଠାକୁ ଲୋକେ ତାଡ଼ି ନେଉଥିବାରୁ ବାଧ୍ୟ ହୋଇ ତହସିଲ ପକ୍ଷରୁ ବାଲିଘାଟ ନିଲାମକୁ ବନ୍ଦ ରଖାଯାଇଥିଲା । ମାତ୍ର ୨୦୧୯-୨୦ ମସିହା ନିମନ୍ତେ ତହସିଲ ପକ୍ଷରୁ ପୁଣି ବାଲିଘାଟ ନିଲାମ କରାଯାଇଛି । ଏହାକୁ ବିରୋଧ କରି ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତ ଗତ ତା ୨୮-୮-୨୦୨୦ରିଖ ବୈଠକରେ ଏକ ସଙ୍କଳ୍ପନାମା ପାରିତ କରାଯାଇ ପଞ୍ଚାୟତର ବାଲିଘାଟ ନିଲାମକୁ ରଦ୍ଦ କରିବା ନିମନ୍ତେ ତହସିଲଦାରଙ୍କୁ ଜଣାଇ ଦିଆଯାଇଥିଲା ।

ମାତ୍ର ତହସିଲଦାର ଏହାକୁ ହେୟ ଜ୍ଞାନ କରି ପୂର୍ବବତ ଘାଟ ନିଲାମକୁ କାୟମ ରଖିଛନ୍ତି । ଅପରପକ୍ଷେ ନିଲାମଧାରୀଙ୍କ ଚୁକ୍ତି ମୁତାବକ ଏହି ପଞ୍ଚାୟତର ଖାତା ନଂ ୮୧୭, ପ୍ଳଟ ନଂ ୨୨୨୭ ଓ ୨୨୨୮ରୁ ବାର୍ଷିକ ୨ ହଜାର ସିଏମ ବାଲି ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ନିଲାମଧାରୀ ଜେସିବି ଓ ଟ୍ରାକ୍ଟର ଦ୍ୱାରା ଦୈନିକ ୧ ହଜାର ସିଏମ ବାଲି ଉଠାଇ ନେଉଛନ୍ତି । ଯଦ୍ୱାରା ସମଗ୍ର ପଞ୍ଚାୟତ ଏବେ ନଦୀ ଗର୍ଭରେ ଲୀନ ହେବାକୁ ଚାହିଁ ବସିଛି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ପଞ୍ଚାୟତର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ବାଲିଘାଟ ବନ୍ଦ କରିବା ନିମନ୍ତେ ଆହ୍ୱାନ ଦେଇ ଧାରଣା ଆନ୍ଦୋଳନ କରିଥିଲେ ବି ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଏନେଇ ମହାନ୍ତିପଡ଼ା ଗ୍ରାମବାସୀଙ୍କ ତରଫରୁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନାଙ୍କ ସମତେ ଗ୍ରାମର ଜଗନ୍ନାଥ ବେହେରା, ରଞ୍ଜିତ ନାୟକ, ମନୋରଞ୍ଜନ ଦାସ, ଅରୁଣ କୁମାର ସାହୁ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମାନନୀୟ ଉଚ୍ଚ ନ୍ୟାୟଳୟରେ ସରକାର ଓ ନିଲାମଧାରୀଙ୍କ ବିରୁଦ୍ଧରେ ଏକ ରିଟପିଟିସନ ନଂ ୩୨୮୨୬ ଆଗତ କରାଇ ଥିଲେ । ହାଇକୋର୍ଟ ଏହାକୁ ବିଚାରକୁ ନେଇ ମାର୍ଚ୍ଚ ୨୨ ତାରିଖ ୨୦୨୧ ମସିହା ରାୟରେ ଯେହେତୁ ଉକ୍ତ ବିଷୟ ଜିଲ୍ଲାପାଳଙ୍କ ଇଜାଲସରେ ସ୍ଥଗିତ ରହିଛି ଭଦ୍ରକ ଜିଲ୍ଲାପାଳ ଗତ ମେ ମାସ ୧୭ରୁ ୨୪ ତାରିଖ ସୁଦ୍ଧା ଉଭୟପକ୍ଷଙ୍କୁ ନୋଟିସ ଜାରୀ କରି ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାର୍ଚ୍ଚମାସ ଯାଇ ଜୁନ ମାସର ପ୍ରଥମ ସପ୍ତାହ ଅତିକ୍ରାନ୍ତ ହେବାକୁ ବସିଥିଲେ ବି ଏ ପର୍ଯ୍ୟନ୍ତ ପକ୍ଷମାନଙ୍କୁ ନୋଟିସ ଜାରୀ କରାଯାଇ ନାହିଁ, ଯାହାକି ହାଇକୋର୍ଟ ନିଦ୍ଦେଶକୁ ଅବମାନନାକୁ ସୂଚାଉଛି । ତେଣୁ ଗ୍ରାମବାସୀମାନେ କୋର୍ଟ ଅବମାନନା ମାମଲା ରୁଜ୍ଜୁ କରିବାକୁ ଏହି ପ୍ରତିନିଧିଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.