Home ଜିଲ୍ଲା ପରିକ୍ରମା ମସଜିଦ୍ ଯିବା ରାସ୍ତାକୁ ନେଇ ବିବାଦ, ପୁଲିସ୍‌ର ନିଷ୍କ୍ରିୟତା ନେଇ ଗ୍ରାମବାସୀମାନଙ୍କ ଅନଶନ ଚେତାବନୀ

ମସଜିଦ୍ ଯିବା ରାସ୍ତାକୁ ନେଇ ବିବାଦ, ପୁଲିସ୍‌ର ନିଷ୍କ୍ରିୟତା ନେଇ ଗ୍ରାମବାସୀମାନଙ୍କ ଅନଶନ ଚେତାବନୀ

42

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଷାନୁକ୍ରମେ ବ୍ୟବହୃତ ହୋଇଆସୁଥିବା ମନ୍ଦିର, ମସଜିଦ୍ ଯିବା ରାସ୍ତାକୁ କେତେକ ଗ୍ରାମବାସୀ ଅବରୋଧ କରିଥିବା ନେଇ ପନ୍ଦରବାଟିଆ ଗ୍ରାମର ବହୁ ମୁସିଲିମ୍ ପୁରୁଷ ଓ ମହିଳା ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପରେ ଜିଲା ପ୍ରଶାସନକୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଧୁଷୁରୀ ଥାନା ପରିସରଭୁକ୍ତ ପନ୍ଦରବାଟିଆ ଗ୍ରାମର ଖସଡା ନଂ ୯୪୧ ବାବଦ ଜମିକୁ ଗ୍ରାମବାସୀମାନେ ମନ୍ଦିର, ମସଜିଦ୍‌କୁ ଯାତାୟତ ରାସ୍ତା ଭାବେ ବ୍ୟବହାର କରିଆସୁଛନ୍ତି । ହିନ୍ଦୁ, ମୁସ୍‌ଲିମ୍ ସଂପ୍ରଦାୟର ଲୋକ ଏହି ରାସ୍ତାରେ ଯିବାଆସିବା କରିଥାନ୍ତି । ଗତ କିଛିଦିନ ତଳେ ଗ୍ରାମର କେତେକ ମୁଷ୍ଟିମେୟ ଲୋକ ମସଜିଦ୍ ରାସ୍ତାକୁ ଅବରୋଧ କରିବାରୁ ଗ୍ରାମବାସୀମାନେ ବିରୋଧ କରିଥିଲେ ।

ଫଳରେ ଗତ ତା ୦୭.୦୪.୨୦୨୩ ରିଖରେ ଅବରୋଧକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅବରୋଧକାରୀମାନଙ୍କ ଆକ୍ରମଣରେ କେତେକ ଗ୍ରାମବାସୀ ଗୁରୁତର ଆହତ ହୋଇଥିଲେ । ଏ ସଂପର୍କରେ ଧୁଷୁରୀ ଥାନାରେ ଦୁଇପକ୍ଷରୁ ଦୁଇଟି ଏତଲା ଦିଆଯାଇଥିଲା । ପୁଲିସ୍ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଏତଲାକୁ ଗୁରୁତ୍ୱ ନଦେଇ ଅବରୋଧକାରୀଙ୍କୁ ଉତ୍ସାହିତ କରୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବାବେଳେ ଅପରପକ୍ଷରୁ କାହାରିକୁ ଗିରଫ କରାଯାଉନଥିବାର ଅଭିଯୋଗପତ୍ରରେ ଦର୍ଶାଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ ଏହି ରାସ୍ତା ଉପରେ କୌଣସି ନିର୍ମାଣ କାର୍ଯ୍ୟ କରାଗଲେ, ଶାନ୍ତିଭଂଗ ହେବାର ଆଶଙ୍କା ରହିଛି । ଅପରପକ୍ଷରେ ପୁଲିସ୍‌ର ମୁଷ୍ଟିମେୟ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆସନ୍ତାକାଲି ବୁଧବାର ଠାରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ଗ୍ରାମବାସୀମାନେ ହେଲେ ଅବୁ ବକର ସାହାଜୀ, କାର୍ ସାହାଜୀ, ରସନ ସାହାଜୀ, ସାବିର ସାହାଜୀ, ରୋପିୟା ବିବି, ସମିନା ବିବି, ତାରା ବିବି, ହସିନା ବିବି, ଫେଜୋ ବିବି ଓ ରେମୁନା ବିବି ପ୍ରମୁଖ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.