Home ଜିଲ୍ଲା ପରିକ୍ରମା ମର୍ମଦୁନ୍ତ ସଡକ ଦୁର୍ଘଟଣା, ସାହିତ୍ୟିକ ସୁରେନ୍ଦ୍ର ଦାସଙ୍କ ମୃତ୍ୟୁ

ମର୍ମଦୁନ୍ତ ସଡକ ଦୁର୍ଘଟଣା, ସାହିତ୍ୟିକ ସୁରେନ୍ଦ୍ର ଦାସଙ୍କ ମୃତ୍ୟୁ

40

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାର ୧୬ନଂ ଜାତୀୟ ରାଜପଥ ଓଭରବ୍ରିଜ ନିର୍ମାଣ ସ୍ଥାନରେ ଗୁରୁବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ସୁରେନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଛି । ୰ସୁରେନ୍ଦ୍ର ଦାସ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ସାଇକେଲ ସହ ଛିଡା ହୋଇଥିବା ବେଳେ ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଏନ.ଏଲ.୦୧ ଏଏ ୬୭୨୫ ନଂ କଣ୍ଟେନର ଧକ୍କାଦେଇ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ୧୬ନଂ ଜାତୀୟ ରାଜପଥର ଏହି ସ୍ଥାନ ଆଜି ଆଉ ଏକ ମୂଲ୍ୟବାନ ଜୀବନ ନେଇଛି । ଏଥିନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଏଥିସହ ଦୁର୍ଘଟଣାକାରୀ କଣ୍ଟେନରକୁ ଜବତ କରି ଚାଳକକୁ ଅଟକ ରଖିଛି । ପୁତ୍ର ପ୍ରିୟତମ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ୨୫୭/୨୦ନଂ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତ ଦାସଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତିହିଡି ବ୍ଲକ ଗୁଆମାଳ ଅଞ୍ଚଳରେ ଜନ୍ମଲାଭ କରିଥିବା ସ୍ୱର୍ଗତ ଦାସ ଭଣ୍ଡାରିପୋଖରୀ ବ୍ଲକର ମାଳଦା ମଇ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ସରସଦା ମଇ ସ୍କୁଲରୁ ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ ଓ ଭଣ୍ଡାରିପୋଖରୀ ଦକ୍ଷିଣବାଡ ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିଲେ ।

ଶିକ୍ଷକତା ବ୍ୟତୀତ ସ୍ୱର୍ଗତ ଦାସ ବହୁ ସାହିତ୍ୟ ଓ ସଂସ୍କୃତି ସଙ୍ଗଠନ ସହ ଜଡିତ ଥିଲେ । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଓ ଆଜୀବନ ସଦସ୍ୟ, ‘ସାହିତ୍ୟ ଘର’ର ସ୍ଥାନୀୟ ସଭାପତି, ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆଜୀବନ ସଦସ୍ୟ ଓ ସ୍ଥାନୀୟ ଶାଖା ସଭାପତି, ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ, ଭଣ୍ଡାରିପୋଖରୀ ଥାନା ବରିଷ୍ଠ ନାଗରିକ ମଞ୍ଚର ସକ୍ରିୟ ସଦସ୍ୟ ଭଳି ସଙ୍ଗଠନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ । ନିଜର ଅମାୟିକ ବ୍ୟକ୍ତିତ୍ୱ ଓ ସରଳ ଜୀବନଯାପନ ସହ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଶେଷ ପର୍ଯ୍ୟନ୍ତ କାର୍ଯ୍ୟକରି ଚାଲିଥିଲେ । ତାଙ୍କ ବିୟୋଗରେ ଭଣ୍ଡାରିପୋଖରୀ ଅଞ୍ଚଳରେ ବ୍ୟାପକ ଶୋକ ପ୍ରକାଶ ପାଇଛି । ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସାମ୍ବାଦିକ ଡ.ହରିହର ନାୟକ, ନିତ୍ୟାନନ୍ଦ ଜେନା, ପ୍ରେସ କ୍ଲବର ସଭାପତି ଓ ସଦସ୍ୟ, ବିଶିଷ୍ଟ କବି ଅଚ୍ୟୁତାନନ୍ଦ ସାମଲ, ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ଗୁରୁଜୀ ପବନ କୁମାର ନାୟକ, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସଭାପତି ପ୍ରାଧ୍ୟାପକ ସୁରେନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ର, ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ଏବିଇଓ ପୁରୁଷୋତ୍ତମ ଧଳ, ସମାଜସେବୀ ଅନନ୍ତ ତ୍ରିପାଠୀ, ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ ପ୍ରମୁଖ ଶୋକବ୍ୟକ୍ତ କରି ଭଣ୍ଡାରିପୋଖରୀ ଜଣେ ସୁସାହିତ୍ୟକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.