Home କେନ୍ଦୁଝର ଆସୁନି ମେଡିକାଲ ରିପୋର୍ଟ, ୧୪ଦିନ ପରେ ମଧ୍ୟ ସଂଗରୋଧରୁ ଯାଇପାରୁ ନାହାନ୍ତି ପ୍ରବାସୀ

ଆସୁନି ମେଡିକାଲ ରିପୋର୍ଟ, ୧୪ଦିନ ପରେ ମଧ୍ୟ ସଂଗରୋଧରୁ ଯାଇପାରୁ ନାହାନ୍ତି ପ୍ରବାସୀ

233

ହାଟଡିହି-୧/୬, ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନେ ୧୪ଦିନ ଅତିବାହିତ କରିବା ପରେ ମଧ୍ୟ ଘରକୁ ଫେରିପାରୁ ନାହାନ୍ତି । ସେମାନଙ୍କ ସ୍ୱାବଟେଷ୍ଟ ପାଇଁ ଯାଇଥିଲେ ମଧ୍ୟ ପରୀକ୍ଷାର ରିପୋର୍ଟ କିଛି ଆସିନଥିବାରୁ ସେମାନଙ୍କୁ ଛଡାଯାଇ ପାରୁ ନାହିଁ ବୋଲି ସରପଞ୍ଚ କହିଛନ୍ତି । ପ୍ରବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ସଂଗରୋଧ କେନ୍ଦ୍ରରେ କିଏ ୧୯ଦିନ ତ ଆଉ କିଏ ୧୮ଦିନ କି, ୧୭ଓ ଆଉ କିଏ ୧୪ଦିନ ହେଲା ରହିଲେଣି । ଏଠାରେ ଜଣେ ପଜେଟିଭ ଚିହ୍ନଟ ହୋଇଥିବାରୁ ସମସ୍ତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ୧୩ତାରିଖରେ ୬ଜଣ ପ୍ରବାସୀ ଆସି ରହିଥିବାବେଳେ ସେମାନଙ୍କର ୧୬ତାରିଖ ଦିନ ନମୁନା ସଂଗ୍ରହ କରାଯାଇଥିଲା । ପରବର୍ତ୍ତୀ ସମୟରେ ୨୫ତାରିଖରେ ଜଣେ ସଂକ୍ରମିତ ଜଣାପଡିବାପରେ ୨୬ତାରିଖରେ ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା । କିନ୍ତୁ ଆଜି ପର୍ଯ୍ୟନ୍ତ ରିପୋର୍ଟ ଆସିନଥିବାରୁ ସଂଗରୋଧରେ ଥିବା ପ୍ରବାସୀମାନେ ବ୍ୟତିବ୍ୟସ୍ତ ହୋଇ ପଡିଲେଣି । ସେମାନଙ୍କୁ ଜାଣିଶୁଣି ରଖାଯାଉଛି ବୋଲି ସେମାନେ ଆଜି ଅଭିଯୋଗ କରିବା ସହ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଛନ୍ତି । ଏସମ୍ପର୍କରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମେଡିକାଲ ରିପୋର୍ଟ ଆସିନି ତେଣୁ ସେମାନଙ୍କୁ ନଛାଡିବାକୁ ପ୍ରଶାସନିକ ଅଧିକାରୀ ମାନେ କହୁଛନ୍ତି । ପ୍ରବାସୀମାନେ ମିଛରେ ମୋ ଉପରେ ବିରକ୍ତ ହେଉଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.