Home Top News ମମିତା ମର୍ଡର ମିଷ୍ଟ୍ରୀ, ଘଟଣାସ୍ଥଳରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ

ମମିତା ମର୍ଡର ମିଷ୍ଟ୍ରୀ, ଘଟଣାସ୍ଥଳରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ

75

 

କଳାହାଣ୍ଡି, ୨୨.୧୦ (ଓଡିଆ ପୁଅ) ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ। ଶୁକ୍ରବାର ଭୋର ପ୍ରାୟ ଚାରିଟା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ତଥା ବଲାଙ୍ଗୀର ଏସପିଙ୍କ ସମେତ ବହୁ ପଦସ୍ଥ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମଗ୍ର ଘଟଣାର ଡେମୋ ଦେଖାଇଥିଲା।

ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ସନସାଇନ ସ୍କୁଲ ପରିସରରେ ପୋଲିସ ମୁତୟନ କରାଯିବା ସହିତ ସମଗ୍ର ଅଂଚଳକୁ ସିଲ କରିଦିଆଯାଇଥିଲା। ମମିତାକୁ ସୁପରିକଳ୍ପିତ ଯୋଜନା ଅନୁସାରେ ୭ ତାରିଖ ଦିନ ମିଟିଂ ବାହାନାରେ ଢକାଇ ଚାନ୍ଦୋତରା ଠାରୁ ନିଜସ୍ୱ ୱଗନ ଆର ଗାଡି ନଂ. ଓଡି୦୮ କେ ୧୦୦୨ ରେ ବସାଇ ଆଣି ରାସ୍ତାରେ କିପରି ମାରିଲା, କିପରି ଭାବେ ସନସାଇନ ସ୍କୁଲ ପରିସରରେ ଶରୀରକୁ ପୋଡାଇଲା, କିପରି ପୋତିଲା ସେସବୁର ଡେମୋ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଦେଖାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଗତ ୬ ତାରିଖ ଦିନ ହିଁ ଜେସିବି ମେସିନ ସାହାଯ୍ୟରେ ଗାତ ଖୋଲାଯାଇଥିବା କୁହାଯାଉଥିବା ବେଳେ ପୂର୍ବରୁ ଗୋବିନ୍ଦ ମମିତାକୁ ମାରିବାକୁ ଯୋଜନା କରୁଥିବା ସ୍ପଷ୍ଟ ହୋଇଯାଇଛି। ପୋଲିସ ପକ୍ଷରୁ ମାଟି ତଳୁ ଖୋଲାଯାଇଥିବା କାର୍ଡ ବୋର୍ଡ, କାଠଖଣ୍ଡ, ପଟା ଇତ୍ୟାଦିର ପୋଡା ଅଂଶ ଜବତ କରାଯାଇଥିବା ବେଳେ ପାଉଁଜି ଓ ଆଉକିଛି ସାମଗ୍ରୀ ପୋଲିସର ହସ୍ତଗତ ହୋଇଥିବା ଜଣାପଡିଛି।

ଇତିମଧ୍ୟରେ ଗୋବିନ୍ଦର ସହେଯାଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଡିଙ୍କ ଘରେ ଖଟତଳେ ଏକ ବେଗରେ ମହିଳା ଡ୍ରେସ, ମୋବାଇଲ ତଥା ଚାର୍ଜର ଏବଂ ଔଷଧ ଇତ୍ୟାଦି ଥିବା ଜାଣିପାରି ରାଧେଶ୍ୟାମର ସ୍ତ୍ରୀ ପୋଲିସକୁ ହସ୍ତାନ୍ତର କରିବା ସହ ନିଜ ସ୍ୱାମୀ ନିର୍ଦ୍ଦୋଶ ଥିବାର କହିଛନ୍ତି। ପୋଲିସ ପକ୍ଷରୁ ରିମାଣ୍ଡରେ ଅଭିଯୁକ୍ତ ଗୋବିନ୍ଦକୁ ଅଣାଯାଇ କଡା ସୁରକ୍ଷା ବଲୟ ମଧ୍ୟରେ ରଖାଯାଇ ଅଧିକ ପ୍ରମାଣ ହାସଲ ପାଇଁ ତଦନ୍ତ ଚାଲିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.