ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମମିତା ମେହେରକୁ ନ୍ୟାୟ ପ୍ରଦାନ, ଏଥିରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସି.ବି.ଆଇ. ତଦନ୍ତ ଦାବିରେ ସୋମବାର ଭଣ୍ଡାରିପୋଖରୀ ବ୍ଲକ ଘେରାଉ କରିଛି ସ୍ଥାନୀୟ ବିଜେପି । ଦଳର ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ମୋଟରସାଇକେଲ ର୍ୟାଲି ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ । ଦଳର ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଧଳ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଲ୍ଲିକ, ବରିଷ୍ଠ ନେତା ନିର୍ମଳ କର, ସୁରେଶ ସାମଲ, ରୁକ୍ମଣୀ ଦାସ, ବିବକୋନନ୍ଦ ସାହୁ, ପ୍ରତାପ ଦ୍ୱିବେଦୀ, ମଦନ ସାହୁ, ଶିବାନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ସୁରେଶ ଦାସ, ଲକ୍ଷ୍ମୀଧର ନାୟକ, ନିରାକାର ସାହୁ, ଶିବାନୀ ସ୍ୱାଇଁ, ଅବିନାଶ ନାୟକ, କରୁଣାକର ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କୁ ଏଥିପାଇଁ ତୀବ୍ର ଭର୍ସନା କରିଥିଲେ । ବ୍ଲକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, ଦିବ୍ୟଶଙ୍କର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।