ମୁମ୍ବାଇ ୨୧-୧୦ (ଓଡ଼ିଆ ପୁଅ) : ସେଣ୍ଟ୍ରାଲ୍ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ମହାରାଷ୍ଟ୍ରର ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ସତେଜ ପାଟିଲଙ୍କ ଫଟୋକୁ ଗ୍ରାମ ସେବକ ବୋଲି ଶିକ୍ଷା ପୁସ୍ତକରେ ଛପାଯାଇଛି।
ପାଟିଲଙ୍କ ଏହି ଫଟୋ ଏକ ସଭାର କିନ୍ତୁ ସିବିଏସ୍ଇ ବହିରେ ଏହାର କ୍ୟାପସନ୍ରେ ‘ଗ୍ରାମ ସେବକ’ ଲେଖାଯାଇଛି।
ଏହି ଫଟୋ ଗ୍ରାମ ପଞ୍ଚାୟତର କର୍ତ୍ତବ୍ୟ ଏବଂ ମହତ୍ତ୍ୱ ବିଷୟରେ ଅଧ୍ୟାୟରେ ୭୦ ନମ୍ବର ପୃଷ୍ଠାରେ ମୁଦ୍ରିତ ହୋଇଛି। ଏହା ତୃତୀୟ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ଛପାଯାଇଛି।
ପାଟିଲଙ୍କ କାର୍ଯ୍ୟାଳୟ ବୁଧବାର ଦିନ ସିବିଏସ୍ଇ ଅଧ୍ୟକ୍ଷ ମନୋଜ ଆହୁଜାଙ୍କୁ ଏକ ଇମେଲ୍ ପଠାଇ ତୁରନ୍ତ ଫଟୋ ହଟାଇବାକୁ ଦାବି କରିଛନ୍ତି।
ଇମେଲରେ ଏହା ଲେଖାଯାଇଛି ଯେ ଆଶ୍ଚର୍ଯ୍ୟଜନକ, କେନ୍ଦ୍ରୀୟ ବୋର୍ଡ କୌଣସି ଯାଞ୍ଚ ବିନା ଫଟୋ ଛାପିଛି। ସତେଜ ପାଟିଲ ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ବିଶିଷ୍ଟ ରାଜନେତା। ସେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ବିଧାନ ପରିଷଦର ସଦସ୍ୟ ରହିଛନ୍ତି। ଏହି ଦେଶର ପିଲାମାନଙ୍କୁ କିଛି ଭୁଲ ଶିକ୍ଷା ଦିଆଯିବା ଉଚିତ୍ ନୁହେଁ। ଆମେ ଆଶା କରୁଛୁ ଏହି ତ୍ରୁଟି ତୁରନ୍ତ ବୋର୍ଡ ଦ୍ୱାରା ସଂଶୋଧିତ ହେବ।