Home Top News ମଧ୍ୟପ୍ରଦେଶର ରାଜଗଡ ଏବଂ ଧାରରେ ଦୁଇଟି ସଡ଼କ ଦୁର୍ଘଟଣାରେ ସ୍କୁଲ ଛାତ୍ରଙ୍କ ସମେତ ୬ ଜଣଙ୍କର...

ମଧ୍ୟପ୍ରଦେଶର ରାଜଗଡ ଏବଂ ଧାରରେ ଦୁଇଟି ସଡ଼କ ଦୁର୍ଘଟଣାରେ ସ୍କୁଲ ଛାତ୍ରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ

44

ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶର ରାଜଗଡ ଏବଂ ଧାର ଜିଲ୍ଲାରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାମତେ ବୋଡା ନିକଟସ୍ଥ ୱାଟକେଡି ସରକାରୀ ବିଦ୍ୟାଳୟର ୧୧ ଜଣ ଛାତ୍ର ରବିବାର ଦିନ ନରସିଂହଗଡ଼କୁ ଟାଭେରା କାରରେ ମାଟ୍ରିକ ସ୍କଲାରସିପ୍ ପରୀକ୍ଷା ଦେବାକୁ ଯାଇଥିଲେ। ଫେରୁଥିବା ବେଳେ ରାଜଗଡ଼ ଜିଲ୍ଲାର ବୋଡା-ନରସିଂହଗଡ ରାସ୍ତାରେ ଚୋରାଖେଡି ଗ୍ରାମ ନିକଟରେ ବସ ଏବଂ ଟାଭେରା ମଧ୍ୟରେ ପ୍ରବଳ ଧକ୍କା ହୋଇଥିଲା ଟାଭେରା ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଯାଇଥିବା ୪ ଜଣ ଛାତ୍ରୀ ଏବଂ ଦାୟିତ୍ୱରେ ଥିବା ଅତିଥି ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୋପାଳ ପଠାଇଦିଆଯାଇଛି। ବାକିଲୋକମାନେ ସାମାନ୍ୟ ଆହତ ହୋଇଛନ୍ତି। ଏ ବାବଦରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଚାଲିଛି। ବସ୍ କୁ ଜବତ କରାଯାଇଛି।

ସେହିପରି ଧାମନୋଦ ପୋଲିସ ଷ୍ଟେସନ ଅଧିନରେ ଅନ୍ୟ ଏକ ଦୁର୍ଘଟଣାରେ ଏବି ରୋଡରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ମୋଟରସାଇକେଲରେ ଦୁଇଜଣ ନାବାଳକଙ୍କ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.