ନୟାଗଡ଼, ୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ମଧ୍ୟଖଣ୍ଡ ଡାକ୍ତରଖାନାକୁ ୨ଦିନିଆ ସଟଡାଉନ୍ କରାଯାଇଛି। ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ ଦିନିଆ ସଟଡାଉନ୍ କରାଯାଇଛି। ଏହି ସଂକ୍ରମିତ ଅଧିକାରୀଙ୍କୁ ଭୁବନେଶ୍ୱର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦଶପଲ୍ଳା ଅଗ୍ନିଶମ ବାହିନୀ ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି। ଏହି ବରିଷ୍ଠ ଅଧିକାରୀଙ୍କ ସଂଷ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ ହୋମ କ୍ୱାରେଟାଂଇନରେ ରଖା ଯାଇଛି।