Home ଜିଲ୍ଲା ପରିକ୍ରମା ମଦ ବେପାରୀଙ୍କୁ ଫି ଛାଡ ପ୍ରତିବାଦରେ ଜିଲା କଂଗ୍ରେସର ଧାରଣା

ମଦ ବେପାରୀଙ୍କୁ ଫି ଛାଡ ପ୍ରତିବାଦରେ ଜିଲା କଂଗ୍ରେସର ଧାରଣା

65

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦେଶ କଂଗ୍ରେସର ନିଷ୍ପତି ଅନୁସାରେ ରାଜ୍ୟ ସରକାର ମଦ ବେପାରୀଙ୍କୁ ଫି ଛାଡ କରାଯିବାକୁ ପ୍ରତିବାଦ କରି ଆଜି ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟିକିଆ ଧାରଣା ଦିଆ ଯାଇଥିଲା । ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କରୋନା ମହାମାରୀରେ ରାଜ୍ୟର ସାଧାରଣ ଜନତା ଲଢେଇ କରିଚାଲିଥିବା ବେଳେ ରାଜ୍ୟ ସରକାର ମଦ ବେପାରୀଙ୍କ ପ୍ରୀତିରେ ସେମାନଙ୍କ ଫି କୁ ଗତ ୨୦୨୦ ଜୁନ ମାସରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଛାଡ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଯାହାକୁ କଂଗ୍ରେସ ଦଳ ଘୋର ନିନ୍ଦା କରୁଛି । ମଦ ବେପାରୀଙ୍କୁ ଫି ଛାଡ କରାଯାଉଛି, ଅଥଚ ଗରିବ ଉପରେ କରୋନା ମାଡକୁ ଲାଘବ କରିବାରେ ପଛଘୁଞ୍ଚା ଦେଇଛନ୍ତି । ଯଦି ଫି ଛାଡ କାରିବାର ଅଛି, ଛୋଟଛୋଟ ସ୍ୱଳ୍ପ ଆୟକାରୀ ନିମ୍ନ ବ୍ୟବସାୟୀମାନେ ପ୍ରତିଷ୍ଠାନ କରିଥିଲେ ବି ସମ୍ପୃକ୍ତ ବ୍ୟକ୍ତି ବିଶେଷମାନଙ୍କର ଲାଇସେନ୍‌ସ୍ ଫି ରାଜ୍ୟ ସରକାର ଛାଡ କରନ୍ତୁ ବୋଲି ସଭାପତି ଶ୍ରୀ ଦାସ ଦାବି କରିଥିଲେ । ସେ ଆହୁରି କହିଥିଲେ କି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ଏବଂ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଛାଡ କରନ୍ତୁ, ଇଲେକ୍ଟ୍ରି ବିଲ୍‌, ପ୍ରାଇଭେଟ ସ୍କୁଲ ଫି ଛାଡ କରନ୍ତୁ । ତାହା ନକରି ମଦ ବେପାରୀଙ୍କ ଫି ଛାଡ କରିବାର ଅର୍ଥ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ମଦ ବେପାରୀଙ୍କ ଠାରୁ ଅଘୋଷିତ ଅର୍ଥ ଆଦାୟ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । ଉକ୍ତ ଧାରଣାରେ ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ଧାମନଗର ବିଧାନସଭା ନେତା ବିଦ୍ୟାଧର ଯେନା, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ଛାତ୍ର କଂଗ୍ରେସର ସଭାପତି ସୌମ୍ୟ ରଂଜନ ବାରିକ, ଯୁବନେତା ହେମନ୍ତ ମହାପାତ୍ର, ସୁବ୍ରତ ବେହୁରା, ଜିଲ୍ଲା ସାଧାରଣ ସମ୍ପାଦକ ପୀତବାସ ଧଳ, ଗୁଲାମ ମଇଉଦ୍ଦିନ, ଅସରଫ୍ ଅଳ୍ଲୀ ଖାଁ, ବିଜୟ ବାରିକ, ରଜନୀକାନ୍ତ ଚନ୍ଦ, ବାପୁଜୀ ପରିଡ଼ା, ନିିରଞ୍ଜନ ମଳ୍ଲିକ, ମମତା ନାୟକ, ପ୍ରଭାତ ନଳିନୀ ପଣ୍ଡା, ବାସନ୍ତୀ ଲତା ନାୟକ, ରଞ୍ଜନ ଯେନା, ସାହାବାଜ୍ ଖାଁ,ସେକ୍ ବବି, ସେକ୍ ଜିକୁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.