Home ଓଡ଼ିଶା ମଦ୍ୟପ ପ୍ରଧାନ ଶିକ୍ଷକଙ୍କ ପିଲାଙ୍କୁ ଡ଼ରାଇବା ଘଟଣା : ୩ ଶିକ୍ଷକ ବଦଳିଲେ

ମଦ୍ୟପ ପ୍ରଧାନ ଶିକ୍ଷକଙ୍କ ପିଲାଙ୍କୁ ଡ଼ରାଇବା ଘଟଣା : ୩ ଶିକ୍ଷକ ବଦଳିଲେ

99

ବାଲିଗୁଡା, ୫/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟରେ ପାଠ ପଢିବାକୁ ଆସିଥିବା ଛାତ୍ରଛାତ୍ରୀ ଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରିବାରୁ ପିଲାମାନେ ମଧ୍ୟାହ୍ନ ଭୋଜନ ସମୟରେ ଭୟରେ ଘରକୁ ଫେରି ଆସିଥିଲେ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଘଟଣାର ସମାଧାନ କରିବା ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକଙ୍କ ସହିତ ୩ଜଣ ABEO ମଧ୍ୟ ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାରେ ୩ଜଣ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଦ୍ୟପାନ କରି ପିଲାଙ୍କୁ ଡ଼ରାଇଥିବା ଶିକ୍ଷକଙ୍କ ସମେତ ସେହି ବିଦ୍ୟାଳୟର ୩ଜଣ ଶିକ୍ଷକଙ୍କୁ ବଦଳି କରିଛନ୍ତି ତୁମୁଡିବନ୍ଧ BEO। ଚିଠି ନମ୍ବର-୧୦୪୫, ତା: ୦୨/୦୮/୨୦୧୯ ପ୍ରକାରେ ଉକ୍ତ ବିଦ୍ୟାଳୟର ଋଷି କୁମାର ନାୟକ ଙ୍କୁ ଦାନୁଙ୍ଗିଆ ପ୍ରାଥମିକ ବିଦ୍ୟାଳୟ କୁ ବଦଳି ହୋଇଥିବା ବେଳେ ଦାନୁଙ୍ଗିଆ ର ଶିକ୍ଷକ ସୀମାଞ୍ଚଳ ନାୟକ ଙ୍କୁ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପଡିକିଆ କଲୋନୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅଳକା କୁମାରୀ ନାୟକଙ୍କୁ ବଦଳି କରାଯାଇଛି ଏବଂ ଅନ୍ୟଜଣେ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଆଠବାଡ଼ି ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଶିକ୍ଷକ ବିମ୍ବାଧର ସାହୁଙ୍କୁ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.