Home ଜିଲ୍ଲା ପରିକ୍ରମା ମଦ୍ରାସା ଟିଚର ଆସୋସିଏସନ୍ ଓ ନ୍ୟୁ ଡେ’ ମେଡିକେୟାର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ମଦ୍ରାସା ଟିଚର ଆସୋସିଏସନ୍ ଓ ନ୍ୟୁ ଡେ’ ମେଡିକେୟାର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର

27

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଦ୍ରାସା ଟିଚର ଆସୋସିଏସନ୍ ଭଦ୍ରକ ଶାଖା ଏବଂ ନ୍ୟୁ ଡେ’ ମେଡିକେୟାର ମିଳିତ ଆନୁକୂଲ୍ୟରେ ଆଜି ଭଦ୍ରକର ଚୌଖଣ୍ଡି-ପୁରୁଣାବଜାର ଗୋସ୍‌ପାକ୍ ମଜାର ନିକଟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆଜି ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ କଟକ ଏସିବି ମେଡିକାଲ କଲେଜର ଡାକ୍ତର ଆର.କେ. ପଟ୍ଟନାୟକଙ୍କ ସମେତ ଜିଲାର ବହୁ ଡାକ୍ତର ଯୋଗଦେଇ ଏହି ଅଂଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ସମେତ ବହୁ ଲୋକଙ୍କ ଚିକିତ୍ସା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୁର୍ସିଦ ଖାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶତାଧିକ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ବିନା ମୂଲ୍ୟରେ ଔଷଧ ଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରଟି ମଦ୍ରାସା ଟିଚର ଆସୋସିଏସନ୍ ଭଦ୍ରକର ସଭାପତି ତଥା ଅଲ୍ ଓଡ଼ିଶା ସଂପାଦକ ସେକ୍ ନାସିରୁଦ୍ଦିନ୍‌, ଭଦ୍ରକ ସଂପାଦକ ତଥା ଅଲ୍ ଓଡ଼ିଶା ଆସୋସିଏସନ୍‌ର ସହ-ସଂପାଦକ ସେକ୍ ଅବଦୁଲ ହାପିଜ୍‌, ସେକ୍ ସାକିଲୁର ରହେମାନ, ସେକ୍ ସିରାଜୁଦ୍ଦିନ୍‌, ସେକ୍ ତାହେରା ଓ ନାସିରୁଦ୍ଦିନ୍ ଖାନ୍ ପ୍ରମୁଖ ପରିଚାଳନା କରିଥିବାବେଳେ ଏଥିରେ ଅଲ୍ ଓଡ଼ିଶା ମଦ୍ରାସା ଟିଚର ଆସୋସିଏସନ୍‌ର ଆଡଭାଇରଜ ସେକ୍ ମନୋହର ଅହେମ୍ମଦ, ସେକ୍ ସରିଫ, ପୂର୍ବତନ କାଉନ୍‌ସିଲର ଜୁଲ୍‌ଫୁକାର ଅଲ୍ଲୀ, ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.