Home ଜିଲ୍ଲା ପରିକ୍ରମା ମଦନ ମୋହନ ଡିଏଭି ପବ୍ଲିକ୍ ସ୍କୁଲରେ ରକ୍ତଦାନ ଶିବିର

ମଦନ ମୋହନ ଡିଏଭି ପବ୍ଲିକ୍ ସ୍କୁଲରେ ରକ୍ତଦାନ ଶିବିର

36

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଇଚ୍ଛାପୁର ସ୍ଥିତ ମଦନ ମୋହନ ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦୁଇଶହ ତମ ଜନ୍ମବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର ଉଦ୍‌ଘାଟନ କରି ରକ୍ତଦାନ ପରି ମହତ୍ କାର୍ଯ୍ୟର ରକ୍ତଦାତା ଓ ଆୟୋଜନକାରୀଙ୍କୁ ପ୍ରଶଂସା କରିଥିଲେ । ଭଦ୍ରକ ଜିଲା ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ହେମନ୍ତ ପାଢୀ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୪୫ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମଦନ ମୋହନ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଋତୁପର୍ଣ୍ଣା ସାହୁ ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜିଲା ରକ୍ତଭଣ୍ଡାର ବୈଷୟିକ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.