Home ଜିଲ୍ଲା ପରିକ୍ରମା ମଣିପୁର ହିଂସାକାଣ୍ଡ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧପତ୍ର

ମଣିପୁର ହିଂସାକାଣ୍ଡ ବନ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧପତ୍ର

42

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂପ୍ରତି ମଣିପୁରରେ ଜାତିଗତ ହିଂସାକାଣ୍ଡକୁ ନେଇ ଉପୁଜିଥିବା ଉତ୍ତେଜନାକୁ ପ୍ରଶମିତ କରିବା ସହିତ ହିଂସାକାଣ୍ଡରୁ କିପରି ଜନସାଧାରଣ ମୁକ୍ତି ପାଇବେ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇ ଏକ ଅନୁରୋଧପତ୍ର ଜିଲ୍ଲାପାଳ ଭଦ୍ରକଙ୍କ ଜରିଆରେ ଦିଆ ଯାଇଛି । ମଣିପୁର ରାଜ୍ୟରେ ଜାତିଗତ ହିଂସା ପ୍ରଚଣ୍ଡ ରୂପ ଧାରଣ କରିଛି । ଜାତିଗତ ବିଭେଦକୁ ନେଇ ପୋଡ଼ାଜଳା ଲାଗି ରହିଛି । ନିରୀହ ଯୁବତୀମାନେ ଆକ୍ରୋଷର ଶିକାର ହେଉଛନ୍ତି । ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ହିଂସାକାଣ୍ଡ ଯେ ଆଗାମୀ ଦିନରେ ସମଗ୍ର ଦେଶକୁ ବ୍ୟାପୀ ନଯିବ ଏ ନେଇ ସନ୍ଦେହ ନାହିଁ । ସେଥିଲାଗି ତୁରନ୍ତ ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ଏହାକୁ କିପରି ବନ୍ଦ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଷ୍ଠାନର ସଭାପତି ଇଂ ଅଖିଳ ମୋହନ ପାଢୀ, ସମ୍ପାଦକ ପବନ ଶର୍ମା, ସହସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକଙ୍କ ସମେତ ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଅଶୋକ ଦାସ, ଅମର କୁମାର ପାଣିଗ୍ରାହୀ, ସେଚ୍ଛାସେବୀ ରିଆଜ ଅହମ୍ମଦ, ବୈଲୋଚନ ବେହୁରିଆ ପ୍ରମୁଖ ଅନୁରୋଧପତ୍ର ନେଇ ଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.