Home ଜିଲ୍ଲା ପରିକ୍ରମା ମଣିନାଥପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ

ମଣିନାଥପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ

29

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ମଣିନାଥପୁର ନରେନ୍ଦ୍ର କୁମାର ପରିଡା ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ସମୀର କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ବେଉରିଆ ଉଦଘାଟନ କରିଥିଲେ । ନୃତ୍ୟ, ସଙ୍ଗୀତ, କବିତା, ରଚନା ପ୍ରସ୍ତୁତି ଆଦି ସାଂସ୍କୃତିକ, ସ୍ୱଚ୍ଛତା, ବାଲ୍ୟବିବାହ ବିରୋଧି, ପ୍ଲାଷ୍ଟିକ ବର୍ଜ୍ଜନ, ପରିବେଶ ରକ୍ଷା, ନିରକ୍ଷରତା ଦୂରିକରଣ ସଚେତନତା ସୃଷ୍ଟିକାରୀ ସାମାଜିକ ବିଭାଗ ସହ କ୍ରୀଡା ଆଦିରେ ଏକାଦଶ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ଅଧ୍ୟାପକ ଅନାଦି ଚରଣ ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ବିଜ୍ଞାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ମୋ ସ୍କୁଲ ଅଭିଯାନ ସଭାପତି ଗଜେନ୍ଦ୍ର ଦାସ, ବିଦ୍ୟାଳୟ ପରିଚାଳନା ସଭାପତି ମନୋଜ ଦାସ, ସାମ୍ବାଦିକ ବିଶ୍ୱମ୍ଭର ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିନ୍ତାମଣି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶରତ ଥାଟୋଇ ଅତିଥି ପରିଚୟ ଓ ସୂର୍ଯ୍ୟକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚତର ବିଦ୍ୟାଳୟର ରବିନ୍ଦ୍ର କୁମାର ପାଢୀ, ଜ୍ୟୋତିପ୍ରକାଶ ସ୍ୱାଇଁ, ପଦ୍ମିନୀ ବେହେରା, ହେନା କିଶୋର ଭାରତୀ, ମିନତୀ ଓଝା, ସୁମିତ୍ରା ବଳ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା, ଦିପ୍ତିରଞ୍ଜନ ଶେଣ୍ଢ, ବାସୁଦେବ ସୋରେନ, ମାମିନା ଯେନା, ଶେଖ ଆଫ୍ରୋଜୁଦ୍ଦିନ, ରଶ୍ମିରେଖା ରାଉତ, ରମେଶ ରାଉତ, ରିତାଞ୍ଜଳୀ ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.