Home ଜିଲ୍ଲା ପରିକ୍ରମା ମଞ୍ଜୁରୀରୋଡ୍ ନିକଟରେ ରେଳ ଇଣ୍ଟରଲକରେ ପଥର ଥୋଇବା ଘଟଣା, ମାମଲା ରୁଜୁ କଲା ଜିଆରପି

ମଞ୍ଜୁରୀରୋଡ୍ ନିକଟରେ ରେଳ ଇଣ୍ଟରଲକରେ ପଥର ଥୋଇବା ଘଟଣା, ମାମଲା ରୁଜୁ କଲା ଜିଆରପି

68

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମଞ୍ଜୁରୀରୋଡ୍ ରେଳଷ୍ଟେସନରେ ଦକ୍ଷିଣ ପାଖ କେବିନ ଠାରୁ ଅନତି ଦୂରରେ ଡାଉନ୍ ରେଳ ଧାରଣାରେ ୨୨-ଏ ନିକଟରେ ରେଳ ଲାଇନ୍ ଇଣ୍ଟରଲକ୍ ମଝିରେ ଗତ ସୋମବାର ଅପରାହ୍ନରେ କେହି ଅସାମାଜିକ ପଥର ରଖିବା ଘଟଣାରେ ରେଳ ସୁରକ୍ଷା ବଳ ମାମଲା ରୁଜୁ କରିଛି । ତେବେ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ମାମଲା ସଂପର୍କରେ ସାର୍ବଜନୀନ ନକରିବା ପାଇଁ ଗଣମାଧ୍ୟମକୁ ତଥ୍ୟ ଦେବାକୁ ବିଭାଗର ଆରପିଏଫ୍ ସବଇନ୍ସିପେକ୍ଟର ସତ୍ୟପ୍ରକାଶ ମନା କରିଦେଇଛନ୍ତି । ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଲୋକଙ୍କୁ ହତଚକିତ ଓ ମ୍ରିୟମାଣ କରିଥିବାବେଳେ ଏପରି ଘଟଣା ଆଲୋଡନ ସୃଷ୍ଟି କରିଛି । ଡାଉନ୍ ଲାଇନ୍‌ର ୨୨-୧ ଇଣ୍ଟରଲକ୍ ନିକଟରେ ଦୁଇ ଧାରଣା ମଧ୍ୟରେ ପଥର ଥିବା ଦେଖିବା ପରେ ସିଗନାଲ କର୍ମଚାରୀ ଏହାକୁ ହଟାଇବା ସହ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ରେଳବାଇ ସୁରକ୍ଷା ପୁଲିସ୍ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛି ବୋଲି ସୂଚନା ମିଳିଛି । ତେବେ କିଏ କାହିଁକି ଏପରି ହୀନ କାର୍ଯ୍ୟ କରିଛି, ସେ ସଂପର୍କରେ ସବିଶେଷ ତଥ୍ୟ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.