Home ଜିଲ୍ଲା ପରିକ୍ରମା ଭୟଙ୍କର ବନ୍ୟାରେ ଧାମନଗର ଉବୁଟ଼ୁବୁ, ଅନେକ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ

ଭୟଙ୍କର ବନ୍ୟାରେ ଧାମନଗର ଉବୁଟ଼ୁବୁ, ଅନେକ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ

100

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଅଞ୍ଚଳରେ କରୋନାର ଭୟର ବାତାବରଣ ଭିତରେ ଜନସାଧାରଣ ଥିଲାବେଳେ ଏବେ ଲଗାଣ ବର୍ଷାରେ ଭୟଙ୍କର ବନ୍ୟାର ବିବିଶିକାରେ ଧାମନଗର ଏବେ ଉବୁଟୁବୁ ହେଉଛି । ବୈତରଣୀ ନଦୀର ବନ୍ୟା ଦ୍ୱାରା ତା’ର ଶାଖା ନଦୀ କୋଚିଳା, ଗେଙ୍ଗୁଟି ଓ ରେବ, କପାଳି ନଦୀର ବର୍ଷା ଜଳଦ୍ୱାରା ଧାମନଗର ବ୍ଲକର ପ୍ରାୟ ୧୦ହଜାର ୩୬୩ ହେକ୍ଟର ଚାଷଜମି ଏବେ ବୁଡ଼ିରିହିଛି । ୮୨ ରାଜସ୍ୱଗ୍ରାମରେ କ୍ଷୟକ୍ଷତି ହୋଇଛି । ଧାମନଗର ବିଜ୍ଞାପିତ ଅଞ୍ଚଳରେ ୭ଟି ୱାର୍ଡ଼ରେ ମଧ୍ୟ ଏହି ବନ୍ୟାପାଣି ମାଡ଼ିବା ଦ୍ୱାରା ଚାଷଜମିଏବେ ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହୋଇଛି । ବୈତରଣୀ ନଦୀର ଆଖୁଆପଦା ଠାରେ ଜଳସ୍ତର ଆଜି କମିଥିଲେ ମଧ୍ୟ ନଦୀର ତଳିଆ ଅଞ୍ଚଳ ଧାମନଗରରେ ବନ୍ୟା ବୃଦ୍ଧି ପାଇଛି । ଆଜି ଅପରାହ୍ନରେ ଧାମନଗର ଉପର ଅଞ୍ଚଳ ଜଳସ୍ତର କମୁଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଛାଡ଼ିବାର ନାଁ ଧରୁନି । ଆଜିିବି ସୁଦ୍ଧା ବ୍ଲକର ଧାମନଗର- ଦୋବଲ, ଆନନ୍ଦପୁର- ଖଡ଼ିପଦା, ବେଦପୁର- ପଧାନୀ, ଧାମନଗର- ଫଳପୁର, ନଦୀଗାଁ- ତିନିଘରିଆ, ଧୁଷୁରୀ- ହସନାବାଦ ରାସ୍ତାର ବନ୍ୟାଜଳ ବୁଡ଼ିଜିବା ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଷୋଲଗାଁ, ତିନିଘରିଆ, କାଞ୍ଜିଆପାଳ, କଇଥାଡ଼ିହ, ଅର୍ଜ୍ଜୁନପୁର, ଫଳପୁର ଗ୍ରାମ ଆଜିବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ସେଠାକୁ କେହି ସାଧାରଣ ଲୋକ କିମ୍ବା ପ୍ରଶାସନ ପହଂଚି ପାରିନି । କୋଠାର ଠାରୁ ପନ୍ଦରବାଟିଆ ପର୍ଯ୍ୟନ୍ତ ବନ୍ୟା ପାଣି ବୁଡ଼ିଯିବା ଦ୍ୱାରା ଯାତାୟତ ମଧ୍ୟ ଠପ ହୋଇଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫରମର ଓ ମୋବାଇଲ ଟାୱାର ଯନ୍ତ୍ରାସଂରେ ପାଣି ପସିଜିବା ଦ୍ୱାରା ବିଦ୍ୟୁତ୍ ଓ ମୋବାଇଲ ସରବରାହ ମଧ୍ୟ ବ୍ୟାଘତ ଘଟିଛି । ୨ଦିନ ଧରି ଅର୍ଜ୍ଜୁନପୁର ବିଲରେ ଫୁଙ୍ଗୁ ରାଉତ ଏକ ଗଛରେ ଚଢି ରହିଥିବାବେଳେ ବନ୍ୟାରେ ପ୍ରକପରେ ସେଆଉ ଘରକୁ ଆସିପାରିନଥିଲା । ଆଜି ଧାମନଗର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଂଚି ଅକ୍ଳାନ୍ତ ପରିଶ୍ରମ କରି ଫୁଙ୍ଗୁକୁ ଉଦ୍ଧାର କରିଛନ୍ତି । ତେବେ ଧାମନଗରରେ ଏହି ବନ୍ୟାରେ ସମସ୍ତଙ୍କ ଠାରୁ ଓଡ଼୍ରାଫ ଓ ଅଗ୍ନିଶମ ବିଭାଗ ଦେବଦୁତ ସାଜି ବନ୍ୟାବିପର୍ଣ୍ଣ ମାନଙ୍କୁ ରକ୍ଷା କରିପାରିଛନ୍ତି ।

ବନ୍ୟାର ଦୁଇଦିନ ପରେମଧ୍ୟ କୋଚିଳା ଗେଙ୍ଗୁଟି ନଦୀବନ୍ଧରେ ଅନେକ ସ୍ଥାନରେ ବନ୍ୟା ପାଣିବୁଡ଼ି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣି କମିବା ନାଁ ଧରୁନି । ୨ସପ୍ତାହ ଧରି ଲଗାଣ ବର୍ଷା ଓ ଲଘୁଚାପରେ ଧାମନଗର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଏବେ ଧାମନଗରରେ ଯେଉଁ ବଡ଼ବନ୍ୟା ଦେଖାଦେଇଛି ସେଥିରେ ଲୋକମାନେ ହା ହତାସ ହୋଇ ପଡ଼ିଛନ୍ତି । ଏକ ସପ୍ତାହ ଧରି ଗୋରୁ ଗାଇ ବାହାରକୁ ବାହାରି ପାରିନଥିବାବେଳେ ଗରିବ ଖଟିଖିଆ ଲୋକମାନେ ମଧ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ମହାବନ୍ୟା ସମୟରେ ବ୍ଲକର ୨୨ଟି ପଞ୍ଚାୟତର ଅଭୁତ କ୍ଷତି ଘଟିଥିବାବେଳେ ରାସ୍ତା ଘାଟରେ ବନ୍ୟାଜଳ ଛାଡ଼ିନଥିବାରୁ ରାସ୍ତା ଘାଟର କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ । ବନ୍ୟାର ଦୁଇଦିନ ହେବ ଲୋକମାନେ ଭୋକ ଉପାସରେ ଅଧିକାଂଶ ସ୍ଥାନରେ ନଦୀବନ୍ଧରେ ରହୁଛନ୍ତି । ଅନେକ କଚ୍ଚାଘର ଭାଙ୍ଗିଜିବା ଫଳରେ ବିପର୍ଣ୍ଣମାନେ ସ୍କୁଲ ଓ ବନ୍ୟାଆଶ୍ରୟ ସ୍ଥଳିରେ ଆଶ୍ରୟ ନେଇଛନ୍ତି । ସେମାନଙ୍କ ନିକଟରେ ପ୍ରଶାସନ ପହଂଚି ପାରିନଥିବାବେଳେ ସ୍ୱେଚ୍ଛାସେବୀମାନେ କେତାକାଂଶରେ ପହଂଚି ତାଙ୍କୁ ଶୁଖିଲା ଖାଦ୍ୟ ପହଂଚାଇଛନ୍ତି । ତଳିଆ ଅଞ୍ଚଳ ମାନଙ୍କରେ ସରପଞ୍ଚମାନେ ମଧ୍ୟ ବିପର୍ଣ୍ଣ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଘରେ ଘରେ ପାଣି ପଶିଯାଇଥିଲେ ମଧ୍ୟ ସେମାନେ ବିପର୍ଣ୍ଣମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇପାରିନାହାନ୍ତି । ଆଜି ମଧ୍ୟ ଜିଲ୍ଳା ଆରଖି ଅଧ୍ୟକ୍ଷକ ରାଜେଶ ପଣ୍ଡିତ, ପିଡ଼ି ମଧୁସୁଦନ ଦାସ, ଧାମନଗର ଏସ୍‌ଡ଼ିପିଓ ମନୋରଂଜନ ସାମଲ ବନ୍ୟାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ଛାଡ଼ିବାପରେ ଖୁବ୍ ଶୀଘ୍ର ବିପର୍ଣ୍ଣ ମାନଙ୍କର କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଜିବବୋଲି ପିଡ଼ି ଶ୍ରୀ ଦାସ ସୂଚନା ଦେଇଥିଲେ । ତେବେ ଧାମନଗରରେ ବାରମ୍ବାର ଏପରିବନ୍ୟା ମନୁଷ୍ୟକୃତ ବନ୍ୟା ଆସିବ ନଦୀରେ ବନ୍ୟାଜଳ ଜିବ ହେଲେ ଚାଷଜମି ଓ ରାସ୍ତା ଘାଟରେ ବନ୍ୟାଜଳ ମାଡ଼ି ଲୋକଙ୍କ ଯେଉଁ କ୍ଷତି କରୁଛି ସେଥିପାଇଁ ପ୍ରଶାସନ ଦାୟୀ କାରଣ ଦୀର୍ଘଦିନ ହେବ ଧାମନଗରରେ ଯେଉଁ ୬ଟି ଘୋସରା ସେଥିରେ ଏହି ବନ୍ୟାଜଳ ଆସି ଲୋକଙ୍କର ନାହିଁ ନଥିବା କ୍ଷତି କରୁଛିବୋଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ଘୋଷରାକୁ ବନ୍ଦ କରିବାକୁ ସେ ମଧ୍ୟ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.