Home ଜିଲ୍ଲା ପରିକ୍ରମା ଭିନ୍ନତା ମଧ୍ୟରେ ସମନ୍ୱୟ ଓ ସହାବସ୍ଥାନ ଭଦ୍ରକର ଐତିହ୍ୟ ଓ ପରମ୍ପରା, ଦଶମ ଭଦ୍ରକ ମହୋତ୍ସବ...

ଭିନ୍ନତା ମଧ୍ୟରେ ସମନ୍ୱୟ ଓ ସହାବସ୍ଥାନ ଭଦ୍ରକର ଐତିହ୍ୟ ଓ ପରମ୍ପରା, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା

26

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଇଚାରା ବିସ୍ମୟ ସହର ହେଉଛି ଭଦ୍ରକ । ଭଦ୍ରକ ଭୂଖଣ୍ଡରେ ବିଭିନ୍ନ ସମୟରେ ସୌର, ଶାକ୍ତ, ବୈଷ୍ଣବ, ବୌଦ୍ଧ, ଜୈନ, ଶିଖ୍‌, ଇସଲାମ୍ ଓ ଇଶାଇ ଧର୍ମର ଧର୍ମଗୁରୁଙ୍କ ସହିତ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ସ୍ୱୟଂ ଶ୍ରୀ ଚୈତନ୍ୟ ପଦାର୍ପଣ କରିଛନ୍ତି । ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ରଚିତ ‘ମୋଗଲ ତାମ୍‌ସା’ ପରି ବହୁ ସାହିତ୍ୟ ଓ ନାଟକ ହିନ୍ଦୁ ଓ ଇସଲାମ୍ ଧର୍ମର ସଂଯୋଗ ସେତୁ । ଏଣୁ ଭିନ୍ନତା ମଧ୍ୟରେ ସମନ୍ୱୟ, ସହାବସ୍ଥାନ ଓ ଏକତା ଭଦ୍ରକର ଐତିହ୍ୟ ଓ ପରମ୍ପରା ବୋଲି ଭଦ୍ରକର ମଠସାହି ସ୍ଥିତ ଗୋପାଳଜୀୟୁ ମଠ ପଡ଼ିଆଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସାରସ୍ୱତ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପୌରହିତ୍ୟ ତଥା ଇଂ. ଅଭୟ ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସିଟି ଡି.ଏସ.ପି ଅଂଶୁମାନ ଦ୍ୱିବେଦୀ ମୁଖ୍ୟ ଅତିଥି, ଆଗରପଡ଼ା ମହାବିଦ୍ୟାଳୟ ସେବା ନିବୃତ୍ତ ଅଧ୍ୟକ୍ଷ ଡ. ଭାଗବତ ତ୍ରିପାଠୀ ମୁଖ୍ୟବକ୍ତା, ଆଖଣ୍ଡଳମଣି କନିଷ୍ଠ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ହୋତା, ବାବାମଣି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା, ଚିତ୍ରଶିଳ୍ପୀ ଓ ସଂଗଠକ ପ୍ରଭାତ ଜେନା, ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି, ସମାଜସେବୀ ଓ ସଂଗଠିକା ସୁମିତ୍ରା ପାଣି, ଚଳଚ୍ଚିତ୍ର ହାସ୍ୟ ଅଭିନେତା ଜ୍ଞାନ ବାରିକ(ନାଲି ଆମ୍ବ), ଯାତ୍ରା ନାୟକ ଦେବଦତ୍ତ ମହାନ୍ତି(ଧନଶଙ୍ଖାଳି), ଯାତ୍ରା ହାସ୍ୟ ଅଭିନେତା ବାପି ପଣ୍ଡା ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଉତ୍କଳ କେଶରୀ ନାମରେ ଏହି ତୃତୀୟ ସନ୍ଧ୍ୟାରେ ଭଦ୍ରକର ଐତିହ୍ୟ ଓ ପରମ୍ପରା ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଂପାଦକ ରବିନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଂଧ୍ୟାରେ ଇରମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ କମଳା ପ୍ରସାଦ କରଙ୍କ ସ୍ମୃତିରେ ଅଧ୍ୟାପକ ମାଧବ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ତ୍ରିଲୋକ ବିହାରୀ ରାୟ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଗବସାହି ବିଷୁବ ପରିଷଦ ଆନୁକୁଲ୍ୟରେ ଅପରାହ୍ନ ୪ଟାରେ କବିତା ପାଠୋତ୍ସବ ଉକ୍ତ ମହୋତ୍ସବରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.