ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାନ୍ଦିଆ ସ୍ଥିତ ରାମେଶ୍ୱର ପଡ଼ିଆରେ ଅନୁଷ୍ଠିତ ଭିକି ଭାଇ ସ୍ମାରକୀ ଆନ୍ତଃ କ୍ଲବ ଫୁଟ୍ବଲ ଲିଗ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚରମ୍ପା ବାଇଧର ଏକାଡେମୀ ୟୁନାଇଟେଡ଼ କ୍ଲବକୁ ୨-୧ ଗୋଲ୍ରେ ହରାଇ ଚାମ୍ପିୟନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୨ଟି କ୍ଲବ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ବାଇଧର ଏକାଡେମୀ, ୟୁନାଇଟେଡ କ୍ଲବ, ବିଏସ୍ଏସ୍ ଏକାଡେମୀ, ଜଗନ୍ନାଥପୁର କ୍ଲବ, କଳିଙ୍ଗ କ୍ଳବ, ଦୀକ୍ଷିତ ଫୁଟ୍ବଲ କ୍ଳବ, ମହାବୀର କ୍ଳବ, ରୋଭର୍ସ କ୍ଲବ, ଏନ୍ଏସି ଚାନ୍ଦବାଲି, ରାମେଶ୍ୱର କ୍ଳବ, ଏସ୍ଟି ଫୁଟବଲ୍ କ୍ଳବ, ସୁବର୍ଣ୍ଣେଶ୍ୱର କ୍ଳବ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟକୁ ରେଫେରୀ ଭାବେ ଉତ୍ତମ ବାରିକ, ମାନସ ବିଶ୍ୱାଳ, ତାଜୁଦ୍ଦିନ ଖାଁ, ରିୟାଜ ଖାଁ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ରାନ୍ଦିଆ ସରପଞ୍ଚ ପ୍ରତିନିଧି ପିଣ୍ଟୁ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।