Home ଜିଲ୍ଲା ପରିକ୍ରମା ଭାରିଯାନ ଚଳାଚଳକୁ ବିରୋଧ, ବନ୍ତ ପୋଲିସ୍ ର ଦବଙ୍ଗ୍‌ଗିରିକୁ ନେଇ ସାମ୍ବାଦିକ ସମ୍ମିଳନୀ

ଭାରିଯାନ ଚଳାଚଳକୁ ବିରୋଧ, ବନ୍ତ ପୋଲିସ୍ ର ଦବଙ୍ଗ୍‌ଗିରିକୁ ନେଇ ସାମ୍ବାଦିକ ସମ୍ମିଳନୀ

22

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନ ବେଳା ଭାରି ଯାନ ଚଳାଚଳକୁ ନେଇ କଟକଣା କରାଯାଇଥିଲା । ପୋଲିସ୍ ର ଲାଞ୍ଚଖୋର ମନବୁର୍ତ୍ତୀ ଯୋଗୁଁ ଦିନ ବେଳା ଜନ ଗହଳୀ ସମୟରେ ଭାରିଯାନ ଜାତାୟତ ଯୋଗୁଁ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଗୁରୁବାର ଏକ ବାଲି ବୋଝେଇ ଟ୍ରକ୍ ଜନୈକ ସ୍କୁଲ ଛାତ୍ରଙ୍କୁ ଧକ୍କାଦେବା ପରେ ପୋଲିସ୍ ଓ ଜନତାଙ୍କ ମଧ୍ୟରେ ଛକ୍କା ପଞ୍ଜା ଲାଗି ରହିଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଟିଲୋ ଗ୍ରାମର ଶକ୍ତିଧର ରାଉତ ଓ ଦେବତାଗଢିଆ ଗ୍ରାମର ଗଣନାଥ ବେହେରାଙ୍କୁ ପୋଲିସ୍ ମାଡ଼ ମାରିଥିଲା । ଦୁର୍ଘଟଣାରେ ଆହତ ପରିବାର ଏବଂ ମାଡ଼ ଖାଇଥିବା ବ୍ୟକ୍ତି ଦ୍ୱୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜନୈକ ଅଧିକାରିଣୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଅନ୍ୟପକ୍ଷରେ ଗତ କାଲିର ଘଟଣାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବନ୍ତ ପୋଲିସ୍‌ର ଦବଙ୍ଗ୍‌ଗିରିକୁ ଦୃଢ ବିରୋଧ କରାଯିବା ସହ ଥାନାଧିକାରୀଙ୍କୁ ଏଠାରୁ ଅନତ୍ର ବଦଳି ଦାବି ଜୋର୍ ଧରିଛି ।

ଆହୁତ ସାମ୍ବାଦିକ ସମ୍ମିଳନୀରେ ଶକ୍ତିଧର ରାଉତ, ଗୟାଧର ସାହୁ, ଗଣନାଥ ବେହେରା, ମୁନ୍‌ତାଜ୍ ଖାନ୍ ଉପସ୍ଥିତ ରହି ବନ୍ତ ଥାନାରେ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କାର୍ଯ୍ୟରେ ଯୋଗଦାନ ପରେ ସଂପୃକ୍ତ ଅଞ୍ଚଳରେ ମଦ, ଗଞ୍ଜା, ଧଳା ପାଉଡର ବେପାର ବୃଦ୍ଧି ପାଇଛି । ଏବେ ଦିନ ବେଳେ ଭାରି ଯାନ ଚଳାଚଳ ଯୋଗୁଁ ବଜାର ଅଞ୍ଚଳରେ ନାନା ସମସ୍ୟା ସୃଷ୍ଟି ହେଉଛି । ପୂର୍ବରୁ ସଂପୃକ୍ତ ବଜାର ଅଞ୍ଚଳରେ ଏକାଧିକ ଦୁର୍ଘଟଣାମାନ ଘଟି ବ୍ୟାପକ ଧନ ଜୀବନ ହାନୀ ହୋଇଥିବା ବେଳେ ୧୦ ମାସ ପୂର୍ବେ ଭାରି ଯାନ ଧକ୍କାରେ ଜନୈକ ଫଳ ବ୍ୟବସାୟୀର ମୃତ୍ୟୁ ଘଟିଥିଲା । ସେତେବେଳେ ଘଟଣା ସ୍ଥଳରେ ଭଦ୍ରକ ଉପ ଜିଲ୍ଲାପାଳ, ଧାମନଗର ଏସ୍‌.ଡି.ପି.ଓ ଉପସ୍ଥିତ ରହି ସକାଳ ୬ଟାରୁ ରାତ୍ର ୧୦ଘଟିକା ମଧ୍ୟରେ ଭାରି ଯାନ ଚଳାଚଳ ବନ୍ଦ ରହିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ହେଲେ ଏବେ ପୋଲିସ୍ ଦିନ ବେଳା ଭାରି ଯାନ ଚଳାଚଳକୁ ପ୍ରୋତ୍ସାହନ ଦେଉଛି । ଫଳ ସ୍ୱରୁପ ଗୁରୁବାର ଚାଇଁପୁର ଗ୍ରାମର ସ୍କୁଲ ଛାତ୍ର ଅମ୍ଳାନ ସାହୁ ବାଲି ବୋଝେଇ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିଲେ । ଦୁର୍ଘଟଣା ଗ୍ରସ୍ଥ ଭାରି ଯାନକୁ ଅଟକାଇବାରୁ ପୋଲିସ୍ ଖସାଇ ଦେବାର ଅପଚେଷ୍ଟା କରି ବ୍ୟର୍ଥ ହେବାରୁ ଲାଠି ଚାର୍ଜ ପୂର୍ବକ ପ୍ରବଳ ମାଡ଼ ମାରିଥିବାର ଆଜିର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ତେଣୁ ଏପରି ଜଣେ ଦବଙ୍ଗ୍‌ଗିରି ପୋଲିସ୍ ଅଫିସର୍‌ଙ୍କୁ ଏଠାରୁ ଅନତ୍ର ବଦଳି ପାଇଁ ଦାବି ହୋଇଛି । ନତୁବା ଆଗାମୀ ଦିନରେ ଅଞ୍ଚଳବାସୀ ରାଜ ରାସ୍ତାକୁ ଉହ୍ଲାଇବା ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.