Odiapua.com

ଭାରତ ପାଖରେ କରୋନାର ସଞ୍ଜୀବନୀ ବୁଟି ..

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆଜି ଆତଙ୍କିତ। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ’ ପର୍ଯ୍ୟନ୍ତ କରୋନା ଭାଇରସ୍ ଉପଚାର ପାଇଁ କୌଣସି ଭ୍ୟାକ୍ସିନ୍ କିମ୍ବା ଟୀକା ବାହାରିପାରି ନାହିଁ। ଏ’ ଭିତରେ ଭାରତରେ ପ୍ରସ୍ତୁତ ମ୍ୟାଲେରିଆ ମେଡିସିନ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନର ଡିମାଣ୍ଡ କାହିଁ କେତେ ବଢ଼ିଯାଇଛି। କିଛି ପ୍ରାଥମିକ ଫଳାଫଳକୁ ଆଧାର କରି କରୋନା ଭୁତାଣୁ ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆମେରିକା ସମେତ ଅନେକ ଦେଶ ଭାରତରୁ ଏହି ମେଡିସିନ ପାଇବା ପାଇଁ ଆଗ୍ରହ କରୁଛନ୍ତି। ଏହି ମେଡିସିନ ଦଶନ୍ଧି ଧରି ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ହୋଇଆସୁଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କହିବାନୁସାରେ ଏହି ମେଡିସିନର ସକାରାତ୍ମକ ଫଳାଫଳ ରହିଛି। ଯଦି ଏହା ସଫଳ ହୁଏ ତେବେ ଏହା ସ୍ୱର୍ଗରୁ ଆସିଥିବା ଉପହାର ପରି ହେବ। କରୋନା ଜୀବାଣୁ ଚିକିତ୍ସାରେ ଏହା ଏକ ସଫଳ ମେଡିସିନ ହେବାର ଆଶା ରଖିଛି ଆମେରିକା।

ଏବେ ବ୍ରାଜିଲ ରାଷ୍ଟ୍ରପତି ଜାୟର ଏମ ବୋଲସନାରୋ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନକୁ ରାମାୟଣରେ ବର୍ଣ୍ଣିତ ‘ସଞ୍ଜୀବନୀ ବୁଟି’ ସହ ତୁଳନା କରିଛନ୍ତି। ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ୍ ପାଇଁ ଭାରତକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ କହିଛନ୍ତି ଯେ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ରଭୁ ହନୁମାନ ହିମାଳୟରୁ ପବିତ୍ର ‘ସଞ୍ଜୀବନୀ ବୁଟି’ ଆଣିଥିଲେ। ଯୀଶୁ ଅସୁସ୍ଥ ଲୋକଙ୍କୁ ସୁସ୍ଥ କରିଥିଲେ ଏବଂ ବାର୍ଟିମେଉଙ୍କ ଦୃଷ୍ଟିଶକ୍ତି ଫେରାଇଥିଲେ। ଭାରତ ଏବଂ ବ୍ରାଜିଲ ଏକତ୍ରିତ ହୋଇ ସମସ୍ତ ଲୋକଙ୍କ ସ୍ୱାର୍ଥ ପାଇଁ ଆଶୀର୍ବାଦ ବାଣ୍ଟି ଏହି ବିଶ୍ୱ ସଙ୍କଟକୁ ଦୂର କରିବେ।

କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?


/-ଦେବଦତ୍ତ ରଥ