Home ଓଡ଼ିଶା ଭାରତ ଅଭିମୁଖେ ୫ଟି ରାଫେଲ ବିମାନ – ଆଜି ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ

ଭାରତ ଅଭିମୁଖେ ୫ଟି ରାଫେଲ ବିମାନ – ଆଜି ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ

118

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ଆଜି ୫ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ଆଜି ସକାଳୁ ୫ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ମଧ୍ୟରେ ୩ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି।

ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି। ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ। ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି। ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ ଦିଆଯିବ। ଆକାଶ ମାର୍ଗରେ ରାଫେଲ ବିମାନକୁ ଇନ୍ଧନ ଯୋଗାଣ ପାଇଁ ଫରାସୀ ବାୟୁସେନା ସ୍ୱତନ୍ତ୍ର ସମର୍ପିତ ଟ୍ୟାଙ୍କର ବ୍ୟବସ୍ଥା କରିଛି। ଆସନ୍ତା ୨୯ ତାରିଖରେ ଏହି ୫ଟି ଯାକ ବିମାନ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ପାଗ ଭଲ ରହିଲେ ଏହା ନିର୍ଦ୍ଧାରିତ ତାରିଖରେ ପହଞ୍ଚିଯିବ। ଅମ୍ବାଲା ସ୍ଥିତ ସ୍ୱା ଭର୍ଡନ ନଂ ୧୭ ବା ଗୋଲ୍‌ଡେନ ଆରୋ ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.