Home ଜିଲ୍ଲା ପରିକ୍ରମା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଜିଲ୍ଲାର ଅବଦାନ ଅନନ୍ୟ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା...

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଜିଲ୍ଲାର ଅବଦାନ ଅନନ୍ୟ – ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

45

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୂର୍ବ ପ୍ରସ୍ତୁତି ଅନୁଯାୟୀ ୭୭ତମ ସ୍ୱାଧୀନତା ଦିବସକୁ ଭଦ୍ରକ ଜିଲ୍ଲା ସ୍ତରରେ ମହାସମାରୋହରେ ପାଳନ କରାଯାଇଛି । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଜାତୀୟ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେବା ପ୍ରସଙ୍ଗରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅନନ୍ୟ ଅବଦାନ ରଖିଥିବା ଓଡ଼ିଶା ଏବଂ ଭଦ୍ରକର ମହାମନିଷୀ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣା କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ବଳିଦାନର ଜ୍ୱଳନ୍ତ ଉଦାହରଣ ଭଦ୍ରକର ଶହିଦ ପୀଠ ଇରମ୍ ଓ ଲୁଣିଆ ଗୁଳିକାଣ୍ଡର ଅବତାରଣା କରିବା ସହିତ ଆଜିର ଶାସନ ବ୍ୟବସ୍ଥାରେ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଯୋଜନା, ଆମହସ୍‌ପିଟାଲ ଯୋଜନା, ୫ଟି ସ୍କୁଲ ରୂପାନ୍ତରିକରଣ ଆଦି କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ପ୍ରଗତି ବିଷୟରେ ମଧ୍ୟ ଅଭିଭାଷଣ ରଖିଥିଲେ । ଆର୍‌.ଆଇ. ପୋଲିସ୍ ମନୋରଞ୍ଜନ ତରାଇ ପରିଚାଳନା ସଶସ୍ତ୍ର ପୋଲିସ୍ ବାହିନୀ ସହ ବିଭିନ୍ନ ସୁଲଭ ଏନ୍‌.ସି.ସି. ସ୍କାଉଟ୍ , ଗାଇଡ଼୍‌, ରେଡ଼କ୍ରସ, ସିଭିଲିଆନ୍ ପ୍ରଭୃତି ବର୍ଗର ୩୬ଟି ଦଳକୁ ନେଇ ଅନୁଷ୍ଠିତ ପ୍ୟାରେଡ଼ରେ ମୁଖ୍ୟଅତିଥି ଅଭିବାଦନ ଗ୍ରହଣ କରିଥିଲେ ।

ଏସ୍‌.ବି.ଡ଼ି., ସେଣ୍ଟ ଜାଭିୟର ଓ ଜ୍ୟୋତି କନ୍‌ଭେଣ୍ଟ ସ୍କୁଲ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ହାଇସ୍କୁଲ ପରୀକ୍ଷାରେ ଜିଲ୍ଲା ଟପର ସୁବ୍ରତ ନାୟକ, ଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ଟପର ଶୁଭସ୍ମିତା ରାଉତ, ଚିତ୍ରକଳା କ୍ଷେତ୍ରରେ ପାରଦର୍ଶିତା ନେଇ, ରାଜ୍ୟ ଜାତୀୟ ସ୍ତରରେ ସୁନାମ ଆଣିଥିବା କ୍ରିତୀକ୍ରିଷ୍ଣା ପଣ୍ଡା, ସ୍ନେହଲତା ଦାସ ଓ ଟେନିକୋଏଟ୍ କୀଡ଼ାରେ ଦକ୍ଷିଣ ଆଫ୍ରିକା ମ୍ୟାଚପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳୀ ନିର୍ମଳ ସେନ୍‌ଙ୍କ୍‌ୁ ସ୍ୱତନ୍ତ୍ର ପ୍ରତିଭା ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ସାଧାରଣଜ୍ଞାନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ପ୍ୟାରେଡ଼୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜେତା ଦଳ ମାନଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା । ପଡ଼ିଆ କାର୍ଯ୍ୟକ୍ରମ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ପହଞ୍ôଚ ମୁଖ୍ୟ ଅତିଥି ରକ୍ତଦାନ ଶିବିର ପରିଦର୍ଶନ କରି ଜିଲ୍ଲା ସ୍କୁଲ ଓ ବସ୍ ସିଣ୍ଡିକେଟ୍ ଦ୍ୱାରା ପ୍ରଦତ୍ତ ଫଳ ଓ ବିସ୍କୁଟ ରୋଗୀମାନଙ୍କୁ ବଣ୍ଟନ କରିଥିଲେ । ପରେ ପରେ ଜିଲ୍ଲା ସଂସ୍କୃତି ଭବନରେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଭଦ୍ରକ ଦ୍ୱାରା ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟ ଏବଂ ନାରାୟଣ ବେହେରା ଓ ଜୟନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ପରିଦର୍ଶନ କରି ସେଠାରେ ଆୟୋଜନ ଆଜି ଦିବସର ଶେଷ କାର୍ଯ୍ୟସୂଚୀ ସ୍ୱାଧୀନତା ସଂଗ୍ରାମୀମାନକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବ । ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ବ୍ରଜ କିଶୋର ରାଉତ, ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ସାଲ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମାଂସପେଶୀ ଜନିତ ଚିହ୍ନଟ ଦୁରାରୋଗ୍ୟର ଚିକିତ୍ସା ପାଇଁ ଆର୍ଥିକ ସହାୟତା ବାବଦ ୫ ଜଣଙ୍କୁ ସି.ଓମ୍‌.ଆର୍‌.ଏଫ୍ ରୁ ଜଣକା ୧୦ ଲକ୍ଷ ଲେଖାଏଁ ୫୦ ଲକ୍ଷ ଟଙ୍କାର ଚେକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଅତିରିକ୍ତ ଏସ୍‌.ପି. ବିଜୟ କେରେକେଟା, ଡ଼ି.ଏସ୍‌.ପି. ଡ଼ିଆଇବି କମଳ ଲୋଚନ ଭୂୟାଁ, ଡ଼ି.ଏସ୍‌.ପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରତ୍ୟୁଷରୁ ଭଦ୍ରକ ପୌରାଞ୍ଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଦିବସ ଭିତ୍ତିକ କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ସାହୁ, ସନ୍ତୋଷ ଖିଲାର, ଦମୟନ୍ତୀ ନାୟକ, ବାସୁମତୀ ଧଳ, ରୋଟାରିଆନ୍ ଅତିସ୍ କୁମାର ବେହେରା ସାମ୍ବାଦିକ ରୂପକ ବିହାରୀରାୟ, ଜୟଜଗନ୍ନାଥ ମଲ୍ଲିକ୍ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । କେତେକ ପ୍ରତିଯୋଗିତା ପାଇଁ ରୋଟାରିକ୍ଲବ୍‌, ଭଦ୍ରକ, ସାଳନ୍ଦୀ ନର୍ସିଂସ୍କୁଲ ଓ ସାଳନ୍ଦୀ ହସ୍‌ପିଟାଲ ପକ୍ଷରୁ ସହଯୋଗ କରାଯାଇଥିଲା । ଭଦ୍ରକ ବିଧାୟକ ସଂଜିବ୍ କୁମାର ମଲ୍ଲିକ୍‌, ରୋଟାରୀ ମିଡ଼୍ ଟାଉନ୍ ର ସଦସ୍ୟ ଅତିସ୍ ବେହେରା, ଶିଶିର ମିଶ୍ର, ଦେବପ୍ରକାଶ ଗୁପ୍ତା ପ୍ରଭୃତିଙ୍କ ଦ୍ୱାରା ମଧ୍ୟ କେତୋଟି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.