Home ଜିଲ୍ଲା ପରିକ୍ରମା ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ଇସ୍ରାଏଲ୍ ପଠାଇବା ଅନୈତିକ ଓ ବିନାଶକାରୀ – ଏଆଇସିଡବ୍ଲ୍ୟୁଏଫ୍

ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ଇସ୍ରାଏଲ୍ ପଠାଇବା ଅନୈତିକ ଓ ବିନାଶକାରୀ – ଏଆଇସିଡବ୍ଲ୍ୟୁଏଫ୍

28

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଲେଷ୍ଟାଇନ୍ ଉପରେ ଇସ୍ରାଏଲ୍ ଆକ୍ରମଣ ପରେ ଇସ୍ରାଏଲ୍ ପାଲେଷ୍ଟାଇନ୍ ଶ୍ରମିକମାନଙ୍କୁ ଦେଶରୁ ତଡ଼ି ଭାରତରୁ ୫୦ ହଜାରରୁ ୯୦ ହଜାରରୁ ଅଧିକ ନିର୍ମାଣ ଶ୍ରମକିଙ୍କୁ ନେବାଲାଗି ଭାରତ ସରକାରଙ୍କୁ ନିବେଦନ କରିଛି । ଭାରତୀୟ ସରକାର ଇସ୍ରାଏଲର ଏହି ନିବେଦନକୁ ଗ୍ରହଣ କରି ଇସ୍ରାଏଲ୍‌କୁ ନିର୍ମାଣ ଶ୍ରମିକ ପଠାଇବା ଲାଗି ବିଚାର କରୁଛନ୍ତି । ମୋଦୀ ସରକାରଙ୍କର ଏହି ପ୍ରକାର ନୀତିକୁ ସର୍ବଭାରତୀୟ ନିର୍ମାଣ ଶ୍ରମିକ ମହାସଂଘ (ଏଆଇସିଡବ୍ଲ୍ୟୁଏଫ) ଦୃଢ଼ ନିନ୍ଦା କରୁଛି । ଭାରତୀୟ ଶ୍ରମିକଙ୍କୁ ଇସ୍ରାଏଲ୍‌କୁ ପଠାଇ ସେମାନଙ୍କ ଜୀବନ ଏକ ସଙ୍କଟ ଭିତରକୁ ଠେଲି ଦେବା ଲାଗି ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରାଯାଉଛି ଓ ଦେଶବ୍ୟାପୀ ଆଜି ପ୍ରତିବାଦ କରାଯାଉଛି । ଇସ୍ରାଇଲ୍ ନିର୍ମାତା ସଂଘର ଏ ପ୍ରକାର ନିବେଦନକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରି ପାଲେଷ୍ଟାଇନ୍ ଶ୍ରମିକଙ୍କ ସପକ୍ଷରେ ସମର୍ଥନ ଦେବାକୁ (ଏଆଇସିଡବ୍ଲ୍ୟୁଏଫ) ଦାବି କରୁଛି । ଏହା ଅତି ଲଜ୍ୟାଜନକ କଥା । ଭାରତର ଶ୍ରମକିମାନଙ୍କୁ ଇସ୍ରାଏଲ୍‌ରେ ଏକପ୍ରକାର ଦାସ ସଜାଇବାରୁ ମୋଦୀ ସରକାର ନିବୃତ ରୁହନ୍ତୁ ବୋଲି ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା ଓ ରାଜ୍ୟ ସଭାପତି ସମର ବଳ ନିନ୍ଦା କରିବା ସହିତ ଭାରତୀୟ ଶ୍ରମମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପଠାଯିବ ଓ ପ୍ରତି ଜିଲ୍ଲାରେ ଏ ସମ୍ପର୍କରେ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଜନମତ ତିଆରି କରାଯିବ ବୋଲି ଶ୍ରୀ ବଳ କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ଗାୟତ୍ରୀ ବେହେରା, ରାଜକିଶୋର ଓଝା, ସଂଜୀବ ଭଂଜ, ଗୟାଧର ସେଣ, ରମାକାନ୍ତ ମାରାଣ୍ଡୀ, ବୀଣାକର ଓଝା, ନାରାୟଣ ଭଂଜ, ହେମନ୍ତ ଭଂଜ, ଅଶୋକ ଭଂଜ, ନୃସିଂହ ଦାସ ଭାଗ ନେଇ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.