Home ଜିଲ୍ଲା ପରିକ୍ରମା ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଏବଂ ଶପଥ ଗ୍ରହଣ

ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଏବଂ ଶପଥ ଗ୍ରହଣ

24

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ୨୩-୨୪ ବର୍ଷ ପାଇଁ ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ଶାଖାର ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ହୋଟେଲ ଓରିଅନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଡ. ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦାୟୀ ସମ୍ପାଦକ ଡା. ହରେକୃଷ୍ଣ ନାୟକ ତାଙ୍କର ଦୀର୍ଘ ବର୍ଷର ସେବା ଏବଂ ବଳିଷ୍ଠ ନେତୃତ୍ୱର ଖୁବ୍ ପ୍ରଶଂସା କରାଯିବା ସହ ସମସ୍ତ ସଦସ୍ୟ ସଦସ୍ୟା ତାଙ୍କୁ ବିଦାୟୀ ଅଭିନନ୍ଦନ ଜ୍ଞାପନ କରିଥିଲେ । ନୂତନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ଡା. ରବୀନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ଡା. ସନ୍ତୋଷ କୁମାର ଜେନା ଏବଂ ଡା. ଝସକେତନ ମହାନ୍ତି, ସମ୍ପାଦକ ଭାବେ ଡା. ରଞ୍ଜିତ୍ କୁମାର ଖଟୁଆ, ଯୁଗ୍ମସମ୍ପାଦକ ଭାବେ ଡା. ଭାଗ୍ୟଶ୍ରୀ ପଣ୍ଡା, କୋଷାଧ୍ୟକ୍ଷ ଡା. ପ୍ରଦୀପ କୁମାର ନାୟକ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ କାର୍ଯ୍ୟକାରୀ କମିଟିକୁ ଡା. ପୂର୍ଣ୍ଣଚନ୍ଦ୍ର ଦାସ, ଡା. ରବିନାରାୟଣ ପାଣିଗ୍ରାହୀ, ଡା. ଶତୃଘ୍ନ ହାତୀ, ଡା. ମୁରଲୀଧର ପାଢୀ, ଡା. ମହେଶ୍ୱର ଦାସ, ଡା. ଡି.ଏମ୍‌. ପଣ୍ଡା, ଡା. ସୁବାସ ବିଶ୍ୱାଳ, ଡା. କମଳାକାନ୍ତ ସ୍ୱାଇଁ, ଡା. ପ୍ରଭାତ ନାୟକ, ଡା. ଧନଞ୍ଜୟ ପଣ୍ଡା, ଡା. ଦୀପକ କୁମାର ଜେନା, ଡା. ଷ୍ଟାଲିନ୍ ଦାସ, ଡା. ସୌଭାଗ୍ୟ ନାୟକ, ଡା. ଜ୍ୟୋତିରଞ୍ଜନ ସ୍ୱାଇଁ, ଡା. ସୁଧିର ନାୟକ, ଡା. ସଂଗୀତା ବଳ, ଡା. ସୁବ୍ରତ ବେହେରା, ଡା. ବିନୋଦ ବିହାରୀ ପଣ୍ଡା ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି ।

ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ କରିବା ପରେ ସମ୍ପାଦକ ଡା. ଖଟୁଆ ଏବଂ ଯୁଗ୍ମ ସମ୍ପାଦକ ଡା. ପଣ୍ଡା ଆଗାମୀ ବର୍ଷର କାର୍ଯ୍ୟସୂଚିରେ ଶାଖାର ସଭ୍ୟସଭ୍ୟା ସଂଖ୍ୟା ବୃଦ୍ଧି, ପ୍ରତି ମାସ ବିଭିନ୍ନ ସେମିନାର କରବିା, ସଂଘର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ଏବଂ ସର୍ବୋପରି ଜିଲ୍ଳାରେ ବହୁପ୍ରତୀକ୍ଷିତ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ସଂଗଠନ ସଂଗ୍ରାମ ଜାରି ରଖିବ ବୋଲି ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଦେଶର ଏକ ଅଗ୍ରଗାମୀ ଶାଖା ହିସାବରେ ଭଦ୍ରକ ଦୁଇଦୁଇଥର ସମାଜସେବା ପାଇଁ ପୁରସ୍କୃତ ହେବା ସହିତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । କୋଭିଡ଼୍ ସମୟରେ ଭଦ୍ରକ ଜିଲ୍ଲା ସଂଘର ସଦସ୍ୟମାନେ ପ୍ରାୟ ୪ ଲକ୍ଷ ଟଙ୍କାର ଅନୁକମ୍ପା ଅନ୍ୟୁନ୍ୟ ୧୦ଟି ଶିବିର ମାଧ୍ୟମରେ ସାଧାରଣ ଲୋକଙ୍କୁ ବଣ୍ଟନ କରି ପ୍ରାଦେଶିକ ସ୍ତରରେ ପ୍ରଶଂସାଭାଜନ ହୋଇଥିଲେ । ଆଗାମୀ ଦିନରେ ନୂତନ କର୍ମକର୍ତ୍ତାମାନେ ଏ ଶାଖାକୁ ଆହୁରି ଆଗକୁ ବଢେଇ ପ୍ରାଦେଶିକ ସ୍ତରରେ ପ୍ରଶଂସାଭାଜନ ହେବା ପାଇଁ ଚେଷ୍ଟା କରିବେ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.