ନୂଆଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) : କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅଭିଯାନ ଆସନ୍ତା ପାଞ୍ଚମାସ ଯାତ୍ରା କରି କାଶ୍ମୀରରେ ପହଁଚିବ। ବର୍ତ୍ତମାନ ଏହି ଯାତ୍ରା ନବମୀ ଏବଂ ଦଶହରା ଦୁଇଦିନର ବିରତି ପରେ ପୁନଃ ଆରମ୍ଭ ହୋଇଛି। ଏହି ଯାତ୍ରା ତାମିଲନାଡ଼ୁରୁ ଆରମ୍ଭ ହୋଇ କେରଳ ଯାତ୍ରା ଶେଷ କରିବା ପରେ ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟରେ ପଦଯାତ୍ରା ଚାଲିଛି। ସେପ୍ଟେମ୍ବର ୭ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ପ୍ରାୟ ୬୬୪ କିମି ଯାତ୍ରା କରିସାରିଲାଣି। ଆଜି ଏହି ଯାତ୍ରାରେ ଯୋଗ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
जो प्रण लिया है, पीछे नहीं हटेंगे।
लाख मुश्किल आए, हम भारत जोड़ेंगे।।कांग्रेस अध्यक्ष श्रीमती सोनिया गांधी जी भारत जोड़ो यात्रा में।#BharatJodoWithSoniaGandhi pic.twitter.com/yD1JwxjqVS
— Congress (@INCIndia) October 6, 2022








