Home କେନ୍ଦୁଝର ଭାଗବତ ଟୁଙ୍ଗିର ପ୍ରତିଷ୍ଠା ଉତ୍ସବ

ଭାଗବତ ଟୁଙ୍ଗିର ପ୍ରତିଷ୍ଠା ଉତ୍ସବ

45

ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ଥିବା ଭାଗବତ ଟୁଙ୍ଗିର ୭ମବାର୍ଷିକ ପ୍ରତିଷ୍ଠା ଉତ୍ସବ ପବିତ୍ର ବ୍ୟାସପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ଗ୍ରାମର ବାସୁଳୀ ପୋଖରୀରୁ ଘଟ୍ଟୋତ୍ତାଳନ କରାଯାଇ କଳଶଧାରୀମାନେ ଗ୍ରାମପରିକ୍ରମା କରିବାପରେ ଟୁଙ୍ଗିରେ ସ୍ଥାପନ କରାଯାଇଥିଲା । ମାନସ କୁମାର ନାୟକ, ରୋଜାଲିନ ମୁଖ୍ୟ ପୁରୋଧା ଭାବେ ପୂଜାକାର୍ଯ୍ୟରେ ବସିଥିବାବେଳେ ପର୍ଶୁରାମ ଧଳ, ମଞ୍ଜୁଲତା ଧଳ, ଗୀତା ସ୍ୱାଇଁ, ତପନ ସାହୁ, ମାମାଲି ନାୟକ ପ୍ରମୁଖ କର୍ତ୍ତାଭାବେ ସାମିଲ ହୋଇଥିଲେ । ପଣ୍ଡିତ ଅଭୟ କୁମାର ଓ ଅମର ପ୍ରସାଦ ଦାଶଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୋ ପୂଜା, ପିତୃମାତୃଗଣ ପୂଜା, ଷୋଡଶ ଉପଚାର ପୂଜା ସହ ହୋମକର୍ମ କରାଯାଇ ଅପରାହ୍ନରେ ପୁର୍ଣ୍ଣାହୁତୀ ଦିଆଯାଇଥିଲା । ଏଥିରେ କୃଷ୍ଣଚନ୍ଦ୍ର ସାହୁ, ହରିହର ଦାଶ, ଚକ୍ରଧର ଜେନା, ବଳରାମ ଧଳ, ଅନାଦି ଚରଣ ଜେନା, ସୂର୍ଯ୍ୟମଣୀ ନାୟକ,ରୁକ୍ମଣୀ ନାୟକ, ଜୁଳମଣୀ ନାୟକ, ଶାନ୍ତିଲତା ନାୟକ, ବାସନ୍ତୀ ନାୟକ,ଉର୍ବଶୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଗ୍ରାମର ଶ୍ରଦ୍ଧାଳୁମାନେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଭାଗବତ ଟୁଙ୍ଗିର ସଂଚାଳକ ବାସୁଦେବ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.