କେନ୍ଦ୍ରାପଡା, ୧୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ପ୍ରଭୁ ଶ୍ରୀ ଦଧିବାବନଜୀଉଙ୍କ ବିଜେସ୍ଥଳିରେ ମା’ଲକ୍ଷ୍ମୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବିଧି ମୁତାବକ ସମାଜସେବୀ ବିଜୟ କୁମାର ଦାସଙ୍କ ସହଯୋଗରେ ଏବଂ ପୂଜକ ରାଜେନ୍ଦ୍ର ଚନ୍ଦ୍ର ଦାଶଙ୍କ ଦ୍ୱାରା ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ସଂଗଠନ ବାଗଦେବୀ କଳାମନ୍ଦିର ଆନୁକୁଲ୍ୟରେ ଏକ ମନୋଜ୍ଞ ପରିବେଶରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ସଙ୍ଗୀତ ନିର୍ଦେଶକ ସତ୍ୟପ୍ରୀୟ ଦାସଙ୍କ ସଂଯୋଜନା ଓ ପରିଚାଳନାରେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପି ରୋହକ ଦାସ, ରଞ୍ଜନ ବେହୁରା, ମାନସୀ ଆଚାର୍ଯ୍ୟ, ଶୁଭକ୍ରୀଷ୍ଣା ଜେନା, ମାମୁନି କର ପ୍ରମୁଖ ଶିଳ୍ପିମାନେ ଓଡିଶାର ପାରମ୍ପରିକ ଛାନ୍ଦ, ଚମ୍ପୁ ଓ ଭଜନ ପରିବେଶଣ କରି ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭରତପୁର ଗ୍ରାମର ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା, କାହ୍ନୁଚରଣ ବେହେରା, ଶ୍ରୀଧର ମହାନ୍ତି, ସୁବୋଧ କୁମାର ଦାସ, ଅରବିନ୍ଦ ମହାନ୍ତି, ଶିବ ପ୍ରସାଦ ଦାସ, ନନ୍ଦ କିଶୋର ବେହେରା, ଅଲେଖ ପ୍ରସାଦ ଦାସ ଓ କୃପାସିନ୍ଧୁ ରାଉତଙ୍କ ସମେତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡା ସହର ସମେତ ଭରତପୁର ଗ୍ରାମ ଏବଂ ଆଖପାଖ ଗ୍ରାମର ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଲକ୍ଷ୍ମୀଙ୍କ ଦର୍ଶନ କରି କୃପାଭିକ୍ଷା କରିଥିଲେ।