ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ଭଦ୍ରକ ବ୍ଳକର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନଗୁଡ଼ିକ ତିନି ଦଫା ଦାବି ନେଇ ଏକ ଶୋଭଯାତ୍ରା କରିବା ସହ ଦାବୀପତ୍ର ମୁଖ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଭଦ୍ରକଙ୍କ ଜରିଆରେ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀମାନଙ୍କର ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବାବେଳେ, ପ୍ରାଥମିକ ଶିକ୍ଷକମାନେ ଏଥିରୁ ବାଦ ପଡ଼ିଛନ୍ତି । ଏହାର ପ୍ରତିବାଦରେ ପ୍ରାଥମିକ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା ନିଯୁକ୍ତି ଉଛେଦ କରି ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରିବା ସହ କନିଷ୍ଠ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରାଯିବା, କଳା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଏଥି ସହିତ ସମସ୍ତ ବର୍ଗର ଶିକ୍ଷକମାନଙ୍କ ମୂଳ ଦରମା ୪୨ଶହ ଗ୍ରେଡ ପେ ଅନୁଯାୟୀ ପ୍ରଦାନ କରିବା ସହିତ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଥିଲେ । ସରକାରଙ୍କୁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆଗାମୀ ୧୧ ତାରିଖରେ ଏକ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଦାବି ପୂରଣ ନହେଲେ ୧୬ ଅଗଷ୍ଟରୁ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହିତ ସମସ୍ତ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଦାବୀ ପ୍ରଦାନ କରିବା ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ ଶିକ୍ଷକ ନେତା ଅରୁଣ କୁମାର ମଲ୍ଲିକ, ରାଜେଶ ଦାସ, ନିଳାଦ୍ରୀ ତ୍ରିପାଠୀ, ଚନ୍ଦ୍ରକାନ୍ତ ଶୁକ୍ଳା, ଦୀପକ ସୂତାର, ମନୋରଂଜନ ଦୀକ୍ଷିତ, ବସନ୍ତ ଦୀକ୍ଷିତ, ସୁପ୍ରୀତ ଖୁଣ୍ଟିଆ, ସେକ୍ ଜୟିରୁଦ୍ଦିନ, ଅବଦୁଲ୍ ରବ୍, ସୁକାନ୍ତ ନାୟକ, ସବୀର ସିଂ, ମୃତ୍ୟୁଞ୍ଜୟ ମହାନ୍ତି, ସୁନୀତା ସାମନ୍ତ, ସେକ୍ ଇର୍ସାଦ, ମୁସ୍ତାକ ଅଲୀ ଖାଁ, ସୁକାନ୍ତି ପାତ୍ର, ଜିଲ୍ଳା ନେତୃତ୍ୱ ମଧ୍ୟରେ ବାବୁଲା ରାଉତ, ସୀମର ଜେନା, ଅରବିନ୍ଦ ଦୀକ୍ଷିତ, ତବରେଜ ଖାଁ, ଆଶିଷ ସାହୁ, ପ୍ରଶାନ୍ତ ବେହେରା, ମୁକ୍ତିକାନ୍ତ ପରିଡ଼ା, ଭାଷ୍କର ନାୟକ, ଆଶିଷ ସାହୁ, ମନ୍ଦାକିନୀ ରାଉତ, ଶ୍ରଦ୍ଧାଞ୍ଜଳି କର, ସୁଭଦ୍ରା ସ୍ୱାଇଁ, ବିଜୟ ମହାଳିକ ପ୍ରମୁଖ ଯୋଗ ଦେଇଥିଲେ ।