Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଶା ନିବାରଣ କାର୍ଯ୍ୟକ୍ରମ

68

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ନୂଆ-ଓ” ଯୋଜନା କାର୍ଯ୍ୟକ୍ରମରେ ଚତୁର୍ଥ ଦିବସରେ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଶାଳ ଅଭିଯାନ ସହର ପରିକ୍ରମା କରିଥିଲା । ଏହି ଅଭିଯାନ ‘ନିଶା ନିବାରଣ’ ଉପରେ ପର୍ଯ୍ୟବେସିତ ତଥା ନିଶା ରାକ୍ଷସ ସାଜିଥିବା ପାନ, ଗୁଟଖା, ସିଗାରେଟ୍‌, ମାଦକ ଦ୍ରବ୍ୟ କେମିତି ସମାଜରୁ ଦୂର ହୋଇପାରିବ, ସେଥିନେଇ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ନିଶା ନିବାରଣ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ. ଶୈଳେନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ଦୁର୍ଗାଶଙ୍କର ଦାସ, ନୋଡାଲ ଅଫିସର ଡ. ଲକ୍ଷ୍ମୀକାନ୍ତ ନାୟକ, ସାମାଜିକ କାର୍ଯ୍ୟ କଳାପର ସଂଯୋଜକ ଡ. ପଦ୍ମନାଭ ପତ୍ରୀ, ଅଧ୍ୟାପକ ଡ. ସୁଦର୍ଶନ ଦାସ, ଅଧ୍ୟାପକ ଡ. ସନ୍ତୋଷ କୁମାର ସେଠୀ ଏବଂ ଅଧ୍ୟାପକ ଡ. ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.