Home ଜିଲ୍ଲା ପରିକ୍ରମା ଭଦ୍ରକ ସହରର ପରିମଳ ଦାୟିତ୍ୱ ଏବେ ଏନ୍‌ଜିଓ ‘ପ୍ରତ୍ୟୁଷ’ ହାତରେ, ରାସ୍ତାପାଶ୍ୱର୍ ପନିପରିବା, ଫଳ ଓ...

ଭଦ୍ରକ ସହରର ପରିମଳ ଦାୟିତ୍ୱ ଏବେ ଏନ୍‌ଜିଓ ‘ପ୍ରତ୍ୟୁଷ’ ହାତରେ, ରାସ୍ତାପାଶ୍ୱର୍ ପନିପରିବା, ଫଳ ଓ ଟ୍ରଲି ରିକ୍ସା ଚାଳକଙ୍କ ଉପରେ ରୋକ୍ ଲାଗିବ କେବେ!

69

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ଆବର୍ଜନାମୁକ୍ତ ରଖିବା ନେଇ ଏବେ ରାଜ୍ୟର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରତ୍ୟୁଷ’ ଟେଣ୍ଡର ମାଧ୍ୟମରେ ଦାୟିତ୍ୱ ନେଇଛି । ତେବେ ଏହି ସଂସ୍ଥା ପୂର୍ବରୁ ବରହମପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳରେ ଦାୟିତ୍ୱ ନେଇ ବେଶ୍ ସୁନାମ ଅର୍ଜନ କରିଥିବାବେଳେ ଭଦ୍ରକରେ କିଭଳି ତାର କାର୍ଯ୍ୟ ସଂପାଦନ କରିବ, ତାହାକୁ ପୌରବାସୀ ଅପେକ୍ଷା କରିଛନ୍ତି । ଯଦିଓ ଏବେ ଏହି ସଂସ୍ଥା ପକ୍ଷରୁ ପୌରପାଳିକାର ବିଭିନ୍ନ ରାସ୍ତାଘାଟ ସଫେଇ କାର୍ଯ୍ୟ ଚାଲୁ ରହିଛି । ମାତ୍ର ପୌରପାଳିକା ପକ୍ଷରୁ ମୁଖ୍ୟତଃ ଉଠା ପରିବା ଦୋକାନୀ ଓ ଟ୍ରଲି ରିକ୍ସାରେ ପନିପରିବା ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଅଂକୁଶ ନଲଗାଇଲେ ଏହି ସଂସ୍ଥା ଭଳି ଦଶଟି ସଂସ୍ଥା କାର୍ଯ୍ୟ କଲେବି ସହରକୁ ଆବର୍ଜନାମୁକ୍ତ କରିହେବନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । କାହିଁକିନା ସହରର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆରମ୍ଭ କରି ବାଇପାସ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବେଆଇନ୍ ଭାବେ ଜବରଦଖଲ କରି ଗଢି ଉଠିଥିବା ପରିବା ମାର୍କେଟ୍ ଓ ଉଠା ଦୋକାନୀ ଓ ଟ୍ରଲି ରିକ୍ସା ଗୁଡିକରୁ ବାହାରୁଥିବା ବିଭିନ୍ନ ପନିପରିବାର ଆବର୍ଜନା ଗୁଡିକ ରାସ୍ତାପାଶ୍ୱର୍ରେ ଫିଙ୍ଗାଯାଉଛି । ଯାହା ପଚି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଅନୁରୂପ ବହୁ ଲୋକ ସେମାନଙ୍କର ଗୋରୁଗାଈ, ଛେଳିମେଣ୍ଢା ଗୁଡିକୁ ବେଆଇନ୍ ଭାବେ ରାସ୍ତାରେ ଛାଡିଦେଇଥିବାରୁ ସେମାନେ ମଧ୍ୟ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ରାସ୍ତା ମଝିରେ ମଳତ୍ୟାଗ କରି ପରିବେଶକୁ ଦୂଷିତ କରୁଛନ୍ତି । ଅନେକ ଫଳ ଦୋକାନୀ ମଧ୍ୟ ସେମାନଙ୍କର ପଚାସଢା ଦ୍ରବ୍ୟଗୁଡିକୁ ରାସ୍ତାକଡରେ କୁଢକୁଢ ଜମା କରୁଛନ୍ତି । ଯାହା ଲୋକମାନଙ୍କ ପାଇଁ ଯାତାୟତରେ ବାଧା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏଣୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତ୍ୟୁଷ ପ୍ରତିଦିନ ଦୁଇଥର ରାସ୍ତାଘାଟ ସଫା କରୁଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଉପରୋକ୍ତ ପନିପରିବା, ଫଳ ଓ ଟ୍ରଲି ରିକ୍ସା ଚାଳକଙ୍କ ପ୍ରତି କଠୋର ଆଇନ୍ ପ୍ରଣୟନ ନକଲେ ଏହି ସଫେଇ କେବେ ଫଳପ୍ରସୂ ହୋଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.