Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର, ସୃଜନଶୀଳତାର ବିକାଶ ପାଇଁ ବାର୍ଷିକ ଉତ୍ସବ...

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ଭାର, ସୃଜନଶୀଳତାର ବିକାଶ ପାଇଁ ବାର୍ଷିକ ଉତ୍ସବ ପ୍ରକୃଷ୍ଠ ମଂଚ

41

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲା ମାନଙ୍କର ମାନସିକ, ଶାରୀରିକ ଓ ବୌଧିକ ବିକାଶ ନିମନ୍ତେ କୈଶୋର ସମୟ ହିଁ ପ୍ରକୃଷ୍ଟ ସମୟ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ସହ ବିଦ୍ୟାର୍ଥୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମଂଚ । ପାଠପଢା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାଏ ବୋଲି ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ ।ପୂର୍ବାହ୍ଣ ୧୦ ଘଟିକାରେ ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଓ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯେଗଦେଇଥିଲେ । ଶିକ୍ଷକ ରାଜ କିଶୋର ଚୌଧୁରୀ ବେଦପାଠ କରିଥିବା ବେଳେ ବିଜୟ ବେହେରା ଅତିଥି ପରିଚୟ ଓ ସବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣ ୩ଘଟିକାରେ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ବଳ ଓ ସସ୍ମିତା ମହାପାତ୍ର, ଚଂଚଳା ଜେନା, କନକ ବେହେରାଙ୍କ ପରିଚାଳନାରେ ପୁରଷ୍କାର ବିତରଣ ସଭାରେ ବରେଣ୍ୟ ଅତିଥି ଭାବରେ ସମାଜସେବୀ ପଙ୍କଜ କୁମାର ବଳ, ମୋ ସ୍କୁଲ ଅଭିଯାନ ସମିତିର ସଭାପତି ଅଂଜନା ମିଶ୍ର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେବା ସହ ପୁରଷ୍କାର ବିତରଣ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଭଦ୍ରକର ପ୍ରସିଦ୍ଧ ମୋଗଲ ତାମସା ଗୌରାଙ୍ଗ ବରିକଙ୍କ ନିର୍ଦ୍ଦେଶନା ଓ ଶିକ୍ଷକ ମନୋଜ ସାହୁଙ୍କ ମଂଚ ପରିଚାଳନାରେ ଅଭିନିତ ହୋଇଥିଲା । ଶିକ୍ଷୟିତ୍ରୀ ଦମୟନ୍ତି ନାୟକ, ମିତାଲି ମଧୁସ୍ମିତା ବାରିକ,କିରଣବାଳା ରାଉତ,ରୁପାଲି ମହାନ୍ତି, ସୁନିତା ମୁର୍ମୁ,ମିନତି ଦାସ, ସବିତା ମହାପାତ୍ର, ଲିନା ପଟ୍‌ନାୟକ, ଜୋତ୍ସ୍ନା ଦାସ, ରାଜଶ୍ରୀ ସାହୁ, ନବ କିଶୋର ପଂଡା, ଶାନ୍ତିଲତା ପଂଡା, ତନୁଶ୍ରୀ ଓଝାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.