Home ଜିଲ୍ଲା ପରିକ୍ରମା ଭଦ୍ରକ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମଂଜୁଲତା ମଣ୍ଡଳ

ଭଦ୍ରକ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମଂଜୁଲତା ମଣ୍ଡଳ

63

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବାବଦରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥୀ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଦାବି ଜଣାଇଛନ୍ତି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ । ଭଦ୍ରକ ସଂସଦୀୟ କ୍ଷେତ୍ରର ବିଭିନ୍ନ ସମସ୍ୟା ଓ ଦାବି ଯଥା ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ଓ ନବୀକରଣ, ସାଗରତଟ ସମୃଦ୍ଧି ଯୋଜନାରେ ଉପକୂଳ ଅଂଚଳର ଭିତ୍ତିଭୂମି ପ୍ରତିଷ୍ଠା, ଧାମରା (ଦୋସିଙ୍ଗା) ଓ ଚୂଡାମଣି ଠାରେ ଲାଇଟ୍ ହାଉସ୍ ପ୍ରତିଷ୍ଠା, ଚାନ୍ଦବାଲି ଠାରେ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ଡିଜି ସିପିଂଙ୍କ ଅନୁମୋଦନ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ସଂସଦୀୟ କାର୍ଯ୍ୟାଳୟ ଠାରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ତାଙ୍କର ଲିଖିତ ପତ୍ର ସହିତ ସାକ୍ଷାତ୍ କରି ଏହି ଦାବି ରଖିଛନ୍ତି । ସାଂସଦ ଶ୍ରୀମତୀ ମଣ୍ଡଳ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଭୋଗରାଇର ମଣ୍ଡୁକାଇଠାରୁ ଚାରିବାଟିଆ-ବାସୁଦେବପୁର-ଚାନ୍ଦବାଲି ମଧ୍ୟରେ ୧୨୬ କିଲୋମିଟର ପରିବ୍ୟାପ୍ତ କୋଷ୍ଟ କେନାଲର ଅର୍ଦ୍ଧାଧିକ ଅଂଚଳ ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଅଛି । ବ୍ରିଟିଶ ଶାସନ ସମୟରେ ଏହି କେନାଲ ଜଳପଥରେ ଗମନାଗମନର ଏକ ମୁଖ୍ୟ ସ୍ରୋତ ଥିଲା । ଚାଷକାର୍ଯ୍ୟରେ ମଧ୍ୟ ଏହି କେନାଲର ଜଳକୁ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ତାହା ପୋତି ଅସ୍ଥିତ୍ୱ ହରାଇ ବସିଛି । ଏଥିପାଇଁ ସଂସଦର ଶୂନ୍ୟକାଳରେ ୨୦୨୧ ମସିହା ଡିସେମ୍ବର ୮ ରେ ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରଶ୍ନ ୁଠାଇ ପୁନଃରୁଦ୍ଧାର ନିମନ୍ତେ ଦାବି ରଖିଥିଲେ ।

ଏହାର ପୁନଃରୁଦ୍ଧାର ହେଲେ କୃଷି କାର୍ଯ୍ୟରେ ଜଳର ଆବଶ୍ୟକତା ପୂରଣ ସହ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ସହାୟକ ହେବା ସହିତ ବାଣିଜ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ, ଭଦ୍ରକ ସଂସଦୀୟ କ୍ଷେତ୍ରରେ ଉପକୂଳ ଅଂଚଳର ଶିକ୍ଷିତ ଓ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଧାମରା ବନ୍ଦରକୁ କମ୍ ଖର୍ଚ୍ଚରେ ଯୋଗାଯୋଗ ସହିତ ଜଳପଥରେ ପରିବହନ ପରିବେଶ ପ୍ରଦୂଷଣକୁ ବହୁମାତ୍ରାରେ ରୋକାଯାଇପାରିବ । ଲାଇଟ୍ ହାଉସ୍ ପ୍ରତିଷ୍ଠା ଦ୍ୱାରା ମତ୍ସ୍ୟଜୀବୀମାନେ ନିରାପଦରେ ସମୁଦ୍ର ମଧ୍ୟରେ ମାଛ ଧରି ସୁରକ୍ଷିତ ଭାବେ ଘରକୁ ଫେରିପାରିବେ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରି ନିଜର ମତ ରଖିଥିଲେ । ଉକ୍ତ ଲାଇଟ୍ ହାଉସ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ବିଭାଗର ଅନୁମୋଦନ ଲାଭ ହୋଇ କେବଳ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ମଂଜୁର ଅପେକ୍ଷାରେ ଅଛି । ପରିବେଶ ବିଭାଗରୁ ମଂଜୁର ଆଣି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଲାଇଟ୍ ହାଉସର ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ସାକ୍ଷାତ୍ ସମୟରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, ଚୁଡାମଣି ସରପଞ୍ଚ ଗ୍ରାମ ପଞ୍ଚାୟତ ଅଗଣି ପ୍ରସାଦ ଜେନା ଓ ଦୋସିଙ୍ଗା ସରପଞ୍ଚ ଇଂ ରାମକୃଷ୍ଣ ଜେନା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.