Home ଜିଲ୍ଲା ପରିକ୍ରମା ଭଦ୍ରକ ଲୋକସଭା ଆନୁକୁଲ୍ୟରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ

ଭଦ୍ରକ ଲୋକସଭା ଆନୁକୁଲ୍ୟରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ

25

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁଜନ ସମାଜପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ସାହାପୁର, ଭଦ୍ରକଠାରେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ୬୭ତମ ମହାପରିନର୍ବାଣ ଦିବସ ଜିଲ୍ଲା ସଭାପତି ପଞ୍ଚାନନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ରାଜ୍ୟ ସମ୍ପାଦକ ଆଇନଜୀବୀ ଅର୍ଜୁନ ଚରଣ ମଲ୍ଲିକ ଓ ମୁଖ୍ୟବକ୍ତା ଭାବରେ ଲୋକସଭା ପ୍ରଭାରୀ ମାଧବାନନ୍ଦ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଏସ.ବି.ଆଇ ମ୍ୟାନେଜର ବୈଲୋଚନ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ବୁଦ୍ଧିରାମ ଦାସ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲୋକସଭାସ୍ଥ ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ସୋରୋ ଓ ସିମୁଳିଆ ବିଧାନସଭାରୁ ମୁଖ୍ୟ କର୍ମକର୍ତ୍ତା, ଯଥା ସୁବାଷ ଚନ୍ଦ୍ର ଯେନା, ମନୋଜ କୁମାର ଯେନା, ରତ୍ନାକର ଯେନା, ନିର୍ମଳ ଯେନା, କୁଳମଣୀ ଯେନା, ରିଆଜୁଦ୍ଦିନ ଖାନ୍‌, ସୋନମ୍ ବିବି, ସୁରେନ୍ଦ୍ର ମଲିକ, କୁଳମଣି ମଲିକ, ଲୋକନାଥ ବେହେରା, ସତ୍ୟବାନ ମଲିକ, ସର୍ବେଶ୍ୱର ବେହେରା, ଶୁଭେନ୍ଦୁ ବିଶ୍ୱାଳ, ସରୋଜ ମହାଳିକ, ମାଧବାନନ୍ଦ ମଲିକ, ପୃଥ୍ୱୀରାଜ ଦାସ, ଗଜେନ୍ଦ୍ର ଯେନା, ପରମେଶ୍ୱର ମଲିକ, ରଞ୍ଜିତ ଦାସ, ଯଦୁନାଥ ଦାସ, ପ୍ରକାଶ ମଲିକ, ବସନ୍ତ ବିଶ୍ୱାଳ ପ୍ରଭୃତି ଯୋଗ ଦେଇଥିଲେ । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା ଏବଂ ପ୍ରତ୍ୟେକ ବିଧାନସଭାରୁ ଆସିଥିବା ମୁଖ୍ୟ କର୍ମକର୍ତ୍ତାମାନେ ଡଃ ଆମ୍ବେଦକରଙ୍କ ବାଲ୍ୟବସ୍ଥା, ଶିକ୍ଷା, କଠୋର ସଂଗ୍ରାମ ଏବଂ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସମ୍ବିଧାନକୁ ୨ ବର୍ଷ ୧୧ ମାସ ୧୮ ଦିନ ମଧ୍ୟରେ କିପରି ଆରମ୍ଭ ଓ ଶେଷ କରିଥିଲେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନ କରିଥିଲେ । ପ୍ରତ୍ୟେକ ବକ୍ତା ଡଃ ଆମ୍ବେଦକରଙ୍କ ନିର୍ଦ୍ଦେଶ ଓ ୧୮ମାର୍ଚ୍ଚ ୧୯୫୬ ମସିହାରେ ଦେଇଥିବା ପରାମର୍ଶ ଅନୁଯାୟୀ ସମସ୍ତ ସମସ୍ୟା ଯଥା ସମ୍ମାନର ସହିତ ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହମତି ହୋଇଥିଲେ । ଶେଷରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ମୁଖ୍ୟ ବକ୍ତା ଓ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ବରିଷ୍ଠ ସଭ୍ୟ ସୁବାଷ ଚନ୍ଦ୍ର ଯେନା ଧନ୍ୟବାଦ ଦେବାପରେ ସଭାପତି ସଭା ଭଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.